30.1 C
Bhubaneswar
Wednesday, April 24, 2024
Homeଓଡିଶାମାହିଳାଙ୍କୁ ସୁରକ୍ଷା ଦେବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ..!, ଦୁଷ୍କର୍ମକାରୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ...

ମାହିଳାଙ୍କୁ ସୁରକ୍ଷା ଦେବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ..!, ଦୁଷ୍କର୍ମକାରୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଦାବିରେ ଏଆଇଡିଏସ୍‌ଓ ର ପ୍ରତିବାଦ

ବଲାଙ୍ଗିର :  ଆଜି ଏଆଇଡିଏସ୍‌ଓ ବଲାଙ୍ଗିର ଶାଖା ତରଫରୁ ହାଇଦ୍ରାବାଦର ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କର ଗଣଦୁର୍ଷମ ଓ ହତ୍ୟାକାରୀଙ୍କୁ ଫାଶିଦେବା ଏବଂ ରାଇରଙ୍ଗପୁର କଲେଜର ଦୁଷ୍କର୍ମ ଶିକାର ହୋଇ ନ୍ୟାୟ ନ ପାଇଁ ଆତ୍ମହତ୍ୟା କରିଥିବା ଅଧ୍ୟାପିକାଙ୍କର ହତ୍ୟାକାରୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଦାବିରେ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି । ଦେଶରେ ଛାତ୍ରୀ ଓ ମହିଳାମାନଙ୍କ ବିରୁଦ୍ଧରେ ବଢିଚାଲିଥିବା ଗଣଦୁର୍ଷମ ଓ ହତ୍ୟାଭଳି ଜଘନ୍ୟ ଅପରାଧ ଘଟିଚାଲିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏହାକୁ ରୋକିବାକୁ ବିଫଳ ହେଇଛନ୍ତି । ତେଣୁ ଏଭଳି ଘଟଣାର ମୂଳ କାରଣ ମଦ ମାଦକ ଦ୍ରବ୍ୟ ଓ ଅଶ୍ଲିଳତା ନଗ୍ନତାର ପ୍ରଚାର ପ୍ରସାର ସପୂର୍ଣ୍ଣ ବନ୍ଦ କରିବା ଦରକାର ବୋଲି ପୂର୍ବତନ ଜିଲ୍ଲା ସଭାପତି ସୁନିଲ ଭୋଇ ତାଙ୍କର ବକ୍ତବ୍ୟରେ କହିଥିଲେ । ଏହି ପ୍ରତିବାଦ ସଭାରେ ଜିଲ୍ଲା ଉପ-ସଭାପତି ଲକ୍ଷ୍ମୀଧର ସାମଲ, ସହ ସରୋଜିନି, ରୀୟା, ମିନାକ୍ଷୀ, ମୀରାବତୀ, ପଦ୍ମିନୀ ସହ ଶତାଧିକ ଛାତ୍ରୀ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking