27.1 C
Bhubaneswar
Thursday, April 25, 2024
Homeଓଡିଶାଏଡ଼ସ ଦିବସ ପାଳିତ

ଏଡ଼ସ ଦିବସ ପାଳିତ

ରାୟଗଡା : ଏଡସ୍ ଭୟାଭୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଏଡସ ଠାରୁ ସମାଜକୁ ଦୁରେଇ ରଖିବା ପାଇଁ ସାରା ବିଶ୍ୱ ଆଜି ଏଡସ ଦିବସ ଭାବେ ପାଳନ କରୁଥିବା ବେଳେ ରାୟଗଡା ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ସଚେତନତା ଦିବସ ପାଳିତ ହୋଇଛି । ଏହି କାର‌୍ୟ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ବରଦାକାନ୍ତ ମିଶ୍ର ଯୋଗ ଦେଇ ଏକ ଦସ୍ତଖତ ଅଭିଯାନ ସହ ଏଡସ୍ ସଚେତନତା ରଥକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଳକ ଗ୍ରସ୍ତ କରି ଲୋକ ସଚେତନତା କରାଇବ। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା୧୦୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ନିୟମିତ ସୁବିଧା ଯୋଗାଇ ଦିଆଯିବ ଏବଂ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା କିପରି ନ ବଢ଼ିବ ସେନେଇ ସଚେତନତା କରାଯିବା ନେଇ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏଚ.ଆଇ.ଭି ବିଭାଗର ନୋଡାଲ ଅଫିସର ମମତା ସାହୁ, ଜନସ୍ବାସ୍ଥ୍ୟ ବିଭାଗ ର ମମତା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking