27.1 C
Bhubaneswar
Thursday, April 25, 2024
Homeଓଡିଶାଜୁଲାଇ ମାସରୁ ଖୋଲିବ ଇଞ୍ଜିନିୟରିଂ କଲେଜ: ଏଆଇସିଟିଇ

ଜୁଲାଇ ମାସରୁ ଖୋଲିବ ଇଞ୍ଜିନିୟରିଂ କଲେଜ: ଏଆଇସିଟିଇ

ଭୁବନେଶ୍ୱର: ମହାମାରୀ କରୋନା ସାରା ବିଶ୍ୱକୁ ଏବେ କବଳିତ କରିଥିବା ବେଳେ ଭାରତରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସମେତ ସାରା ଦେଶକୁ ଲକଡାଉନ ଘୋଷଣା କରାଯାଇଥିଲା । ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହିତ ପରୀକ୍ଷା ମଧ୍ୟ ସ୍ଥିଗିତ ରଖାଯାଇଥିଲା ।
ତେବେ ଯାହା ଜଣାପଡ଼ିଛି ଆସନ୍ତା ଜୁଲାଇ ପହିଲାରୁ ଦେଶର ସମସ୍ତ ଇଞ୍ଜିନିୟରିଂ କଲେଜ ଓ ପ୍ରଫେସନାଲ ଏଜୁକେସନ୍ ଇନ୍‌ଷ୍ଟିଚ୍ୟୁଟ ଖୋଲିବା ନେଇ ଅଲ୍ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ ଏଜୁକେସନ୍ (ଏଆଇସିଟିଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଓ ଶିକ୍ଷାବର୍ଷ ଆରମ୍ଭ ସମ୍ପର୍କରେ ମଧ୍ୟଦ ଏଆଇସିଟିଇ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ ଜାରି କରିଛି । ଏନେଇ ଦେଶର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ସବୁ ରାଜ୍ୟର ବୈଷୟିକ ବିଭାଗର ସଚିବଙ୍କୁ ଚିଠି ଲେଖାଯାଇଛି । ଚଳିତବର୍ଷ ବାକି ଥିବା ଶେଷ ବର୍ଷର ସେମିଷ୍ଟାର କରାଇବାକୁ ନେଇ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି । ଅନ୍ୟ ବର୍ଷର ପରୀକ୍ଷା ବାକିଥିଲେ ଇଣ୍ଟରନାଲ ମାର୍କକୁ ଧ୍ୟାନ ଦେଇ ପ୍ରମୋସନ ଦିଆଯିବ । ପ୍ରଥମବର୍ଷ ପାଠପଢ଼ା ଅଗଷ୍ଟ ପହିଲାରୁ ଆରମ୍ଭ ହେବ ବୋଲି ଗାଇଡଲାଇରେ ଉଲ୍ଲେଖ ଅଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking