29.1 C
Bhubaneswar
Friday, April 26, 2024
Homeଓଡିଶାଆସିଲା ଅଗଷ୍ଟ ଗାଇଡ଼ ଲାଇନ; ରାତି ୮ଟା ଯାଏଁ ଖୋଲିବ ଦୋକାନ ବଜାର

ଆସିଲା ଅଗଷ୍ଟ ଗାଇଡ଼ ଲାଇନ; ରାତି ୮ଟା ଯାଏଁ ଖୋଲିବ ଦୋକାନ ବଜାର

ଭୁବନେଶ୍ୱର: ଅଗଷ୍ଟ ଗାଇଡଲାଇନ ସଂପର୍କରେ ଏସଆରସି ଆଜି ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ,
ପ୍ରତିଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ ।
ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ ।
ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା ରହିବ ।
ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ମନା ।
ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବ ମଧ୍ୟ ବାରଣ ରହିଛି ।
ସମୁଦ୍ର କୂଳ, ଏବଂ ପାର୍କ ଖୋଲା ରହିବ । ଗାଇଡଲାଇନ ମାନିବେ ପର‌୍ୟ୍ୟଟକ ।
ସମସ୍ତ ମଲ ଖୋଲିବ । ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ୍ ଖୋଲିପାରିବ ।
ରେସ୍ତୋରାଁ, ବାର୍ ୫୦ ପ୍ରତିଶତ କ୍ଷମତାକୁ ନେଇ ଖୋଲିପାରିବ ।
ସିନେମା ହଲ୍ ୫୦ ପ୍ରତିଶତ ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ ।
ହଲ୍‌, ମଲ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ଟିକା ସାର୍ଟିଫିକେଟ ଜରୁରୀ ।
ରାଜ୍ୟ ଭିତରେ ବସ୍ ଚାଲୁ ରହିବ, ସିଟିଂ କାପାସିଟିରେ ଯାତ୍ରୀ ନେବେ ।
ଧାର୍ମିକ ପୀଠ ଖୋଲିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ ।
ଧାର୍ମିକ ପୀଠକୁ ଭୋଗ ବା ପ୍ରସାଦ ନେଇପାରିବେନି ଶ୍ରଦ୍ଧାଳୁ ।
ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ଏନେଇ ନିଷ୍ପତ୍ତି ନେବେ ।
ବିବାହ ଓ ଶୁଦ୍ଧିକ୍ରିୟା ନେଇଥିବା ପୂର୍ବ କଟକଣା ଜାରି ରହିବ ।
ନନ୍ଦନକାନନ, ଇଣ୍ଡୋର, ୱାଟର ପାର୍କ ଆଦି ଖୋଲା ଯାଇପାରିବ ।
କଟକ, ପୁରୀ, ଭୁବନେଶ୍ୱରରେ ଶନିବାର, ରବିବାର ଦୋକାନବଜାର ବନ୍ଦ ।
କଟକ, ପୁରୀ, ଭୁବନେଶ୍ୱରରେ ହଲ୍‌, ମଲ୍ ପାଇଁ ସ୍ୱତନ୍ତ୍ର ନିୟମ ରହିବ ।
କଟକ, ପୁରୀ, ଭୁବନେଶ୍ୱରରେ ହଲ୍‌, ମଲ୍ ପାଇଁ ସ୍ୱତନ୍ତ୍ର ନିୟମ ।
ଯାତ୍ରା, ଅପେରା ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ
ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ ।
ଏଣିକି ରାସ୍ତା କଡ ଦୋକାନରେ ଲୋକେ ଖାଇପାରିବେ ।
ରାଜ୍ୟରେ ସାପ୍ତାହିକ ହାଟ ଖୋଲିବାକୁ ମଧ୍ୟ ଅନୁମତି ମିଳିବ ।
ଶିକ୍ଷାନୁଷ୍ଠାନ, କୋଟିଂ ସେଣ୍ଟର ଖୋଲାଯାଇପାରିବ ।
ମ୍ୟୁଜିୟମ, ପର‌୍ୟ୍ୟଟନ ସ୍ଥାନ ଖୋଲାଯାଇପାରିବ ।
ବିବାହ, ଶୁଦ୍ଧି କାର୍ଯ୍ୟରେ ଭୋଜି ମନା, ଖାଦ୍ୟ ପାର୍ସଲ ଦେଇପାରିବେ ।
ଅଫିସିଆଲ ମିଟିଂରେ ଶହେ ରହିପାରିବେ ।
ଶିଳାନ୍ୟାସରେ ୩୦ ଜଣଙ୍କୁ ଅନୁମିତ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking