26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଜମ୍ମୁ-କଶ୍ମୀର ଜେଲ୍‌ରେ ଥିବା ୨୬ ଆତଙ୍କୀ ଆଗ୍ରା ସେଣ୍ଟାଲ୍ ଜେଲ୍ ଶିଫ୍ଟ

ଜମ୍ମୁ-କଶ୍ମୀର ଜେଲ୍‌ରେ ଥିବା ୨୬ ଆତଙ୍କୀ ଆଗ୍ରା ସେଣ୍ଟାଲ୍ ଜେଲ୍ ଶିଫ୍ଟ

ଶ୍ରୀନଗର:  ଜମ୍ମୁ-କଶ୍ମୀରରେ ଆତଙ୍କୀ ବିରୋଧ ଅଭିଯାନ ସ୍ୱରୂପ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଜମ୍ମୁ-କଶ୍ମୀରର ବିଭିନ୍ନ ଜେଲ୍‌ରେ ବନ୍ଦ ଥିବା ୨୬ ହାର୍ଡକୋର୍ ଆତଙ୍କବାଦୀଙ୍କୁ ଉତ୍ତର ପ୍ରଦେଶର ଆଗ୍ରା ସେଣ୍ଟ୍ରାଲ୍ ଜେଲ୍ ସ୍ଥାନାନ୍ତରଣ କରାଯାଇଛି । ଘାଟିରେ ଆତଙ୍କୀ ଆକ୍ରମଣ ଘଟଣାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଆତଙ୍କବାଦୀଙ୍କୁ ଆଗ୍ରା ସେଣ୍ଟ୍ରାଲ୍ ଜେଲ୍ ପଠାଯାଇଛି ।

କଶ୍ମୀରରେ ହେଉଥିବା ଆତଙ୍କବାଦୀ ଆକ୍ରମଣରେ ଏହି ଆତଙ୍କବାଦୀଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ସେମାନଙ୍କୁ ଏୟାର୍‌ଫୋର୍ସର ଏକ ସ୍ପେଶାଲ୍ ବିମାନରେ ଶିଫ୍ଟ କରାଯାଇଛି । ଏହା ବ୍ୟତୀତ ଅନ୍ୟ କେତେକ ଆତଙ୍କବାଦୀଙ୍କୁ ସରକାର କଶ୍ମୀରରୁ ବାହାର ଜିଲ୍ଲାର ଜେଲ୍‌କୁ ସ୍ଥାନାନ୍ତରିତ କରିବା ପ୍ରକ୍ରିୟା ଜାରି ରଖିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking