29.1 C
Bhubaneswar
Monday, August 15, 2022
Homeଓଡିଶା“ଅଗ୍ନିପଥ ଯୋଜନା” ଦେଶର ଯୁବକ ମାନଙ୍କର ସ୍ୱପ୍ନକୁ ଧୂଳିସାତ୍ କରିଛି: ସୁରେଶ କୁମାର ରାଉତରାୟ, ବିଧାୟକ

“ଅଗ୍ନିପଥ ଯୋଜନା” ଦେଶର ଯୁବକ ମାନଙ୍କର ସ୍ୱପ୍ନକୁ ଧୂଳିସାତ୍ କରିଛି: ସୁରେଶ କୁମାର ରାଉତରାୟ, ବିଧାୟକ

ଭୁବନେଶ୍ୱର : ମୋଦି ସରକାରଙ୍କ “ଅଗ୍ନିପଥ ଯୋଜନା” ର ପ୍ରତ୍ୟାହାର ଦାବିରେ ଜଟଣୀ ଠାରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଏକ ସତ୍ୟାଗ୍ରହ କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ରାଉତରାୟ କହିଲେ ଯେ ସୈନଢବାହିନୀରେ ଯୋଗଦେଇ ଦେଶପାଇଁ ଜୀବନ ଦେବାକୁ ସ୍ୱପ୍ନ ଦେଖିଥିବା ଯୁବକ ମାନଙ୍କର ସ୍ୱପ୍ନକୁ ମୋଦି ଅଗ୍ନିପଥ ଯୋଜନା ମାଧ୍ୟମରେ ଭଙ୍ଗ କରିଛନ୍ତି । ବର୍ଷକୁ ୨ କୋଟି ନିଯୁକ୍ତିର ପ୍ରତଶ୍ରୁତି ଏବେ ୪ ବର୍ଷିଆ ନିଯୁକ୍ତି ସୃଷ୍ଟିକରି ସେନାବାହିନୀକୁ ଦୁର୍ବଳ କରିବାକୁ ଚକ୍ରାନ୍ତ କରିଛନ୍ତି ।

ସେନାବାହିନୀରେ ଠିକା ନିଯୁକ୍ତିକୁ ଦେଶବାସୀ ଗ୍ରହଣ କରିପାରୁ ନାହାନ୍ତି । ୪ ବର୍ଷରେ ୬ ମାସ ଟ୍ରେନିଂ ଯାହା ସଠିକ ଭାବେ କର୍ତବ୍ୟ କରିବା ପାଇଁ ଉପଯୁକ୍ତ ନୁହେଁ । ମୋଦିଙ୍କର ଏହି ନିକୃଷ୍ଠ ନିଯୁକ୍ତି ସପକ୍ଷରେ ରାମଦେବ ଠାରୁ କେତେକ ମୋଦି ସପକ୍ଷବାଦୀ କମ୍ପାନୀ ପଚାର ଚଳାଇଛନ୍ତି । ମୋଦିଙ୍କର ଏହି “ଅଗ୍ନିପଥ“ ଯୋଜନାର ଦୃଢ଼ ପ୍ରତିବାଦ କରାଯିବ । ଏହି କାର୍ଯ୍ୟକ୍ରମରେ ମନ୍ମଥ ରାଉତରାୟ, ଧନେଶ୍ୱର ରାଉତରାୟ, ଚାଲୁ ମଙ୍ଗରାଜ, ଫୁପୁ ପଟ୍ଟନାୟକ, ମଂଟୁ ସ୍ୱାଇଁ, ପିଂଟୁ ମହାରଥି, ଦିବାକର ବେହେରା, ନୈସରୀ ଅଲ୍ଲି, ସୁନୀଲ ରାଉତରାୟ, କଳିଙ୍ଗ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking