29.1 C
Bhubaneswar
Wednesday, April 24, 2024
Homeଓଡିଶାଇମାମି ସିମେଣ୍ଟ କାରଖାନା ସମ୍ମୁଖରେ ଧାରଣା ନାରା ବାଜି ୭୦ଗିରଫ

ଇମାମି ସିମେଣ୍ଟ କାରଖାନା ସମ୍ମୁଖରେ ଧାରଣା ନାରା ବାଜି ୭୦ଗିରଫ

ଯାଜପୁର, ୧୧.୦୨: କାରଖାନାରେ ନିଯୁକ୍ତି ଦାବି କରି କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଇମାମି ସିମେଣ୍ଟ କାରଖାନା ସମ୍ମୁଖରେ ମାନତିରା ଜମିହରାମାନଙ୍କ ପାଖରୁ ଧାରଣା ଦିଆଯାଇଥିଲା । ଜମିହରା ମାନଙ୍କ ପାଖରୁ ବିଭିନ୍ନ ସରକାରୀ ଓ କଂପାନୀ ବିରୁଦ୍ଧରେ ନାରା ଦିଆଯାଇ କାରଖାନାରେ ଫାଟକ ଅବରୋଦ୍ଧ କରାଯାଇଥିଲା । ଫାଟକ ଅବରୋଦ୍ଧ ଅଭିଯୋଗରେ ୫୦ଜଣ ପୁରୁଷ ଓ ୨୦ଜଣ ମହିଳାଙ୍କୁ ଗିରଫ କରାଯାଇ ଜଖପୁରା ଥାନାରେ ଅଟକ ରଖାଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ଥିବାରୁ ସଶସ୍ତ୍ର ପୋଲିସ ମୃତୟନ କରିବା ସଂଗେ ସେଠାରେ ୧୪୪ ଧାରା ଜାରି କରିବା ପାଇଁ ଜିଲ୍ଲା ପ୍ରଶାସନ ପୋଲିସ ଯୋଜନା କରୁଥିବାର ଖବର ହସ୍ତଗତ ହୋଇଛି । ସୂଚନାଯୋଗ୍ୟଯେ ସୋମବାର ଇମାମି କାରଖାନା ସମ୍ମୁଖରେ ମାନତିରା ଗ୍ରାମରେ ଜମିହରାମାନଙ୍କ ପାଖରୁ ଧାରଣା ନାରାବାଜି କରାଯାଇଥିଲା । ଘଟଣା ସ୍ଥଳରେ ଦାନଗଦିର ଅତିରିକ୍ତ ତହସିଲଦାର ନାରାୟଣ ଦିଖିତ୍ ଓ ଯଖପୁରା ଥାନା ଅଧିକାରୀ ଦଣ୍ଡ ସେନା ଓ ଇମାମି ସିମେଣ୍ଟର କାରଖାନା ପକ୍ଷରୁ ପ୍ରଭାତ ସିଂ ପହଂଚି ଦାବି ମୁତାବକ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେବାପରେ ଘଟଣା ସ୍ତରରୁ ଅନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା । କଂପାନି କର୍ତ୍ତୃପକ୍ଷ ଓ ଜମିହାର ମାନଙ୍କ ମଧ୍ୟରେ ବିତଣ୍ଡା ହୋଇଥିଲା । ଜିଲ୍ଲା ପ୍ରଶାସନ ଓ କଂପାନୀ କର୍ତ୍ତୃପକ୍ଷଙ୍କ ଉପରେ ମାନତିରା ଜମିହରାଙ୍କ ବିଶ୍ୱାସ ନ ହେବାରୁ ଆଜି ସକାଳ ୮ଟାରୁ ଧାରଣା ଦିଆଯାଇଥିଲା । ସୂଚନାଯୋଗ୍ୟଯେ, କଳିଂଗ ନଗର ଶିଳ୍ପାଚଂଳର ଇମାମି ସିମେଣ୍ଟ ୬୨ଏକର ଜମି ନେଇ ପ୍ରତିଷ୍ଠା କରାଯାଇଥିଲା । ଏଥିରେ ମାନତିରା ଗ୍ରାମର ଜମି ଅଧିଗ୍ରହଣ କରାଯାଇଥିଲା । କଂପାନୀ ଜମି ହରାମାନଙ୍କୁ ଜମି ନେଲା ପରେ ୩୩ଜଣଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ସେମାନଙ୍କୁ ନିଯୁକ୍ତି ନ ମିଳିବାରୁ କଂପାନୀ କର୍ତ୍ତୃପକ୍ଷ ଓ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ପ୍ରଶାସନ ଅଧିକାରୀ ଚୁପ୍ ରହିବାରୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking