27.8 C
Bhubaneswar
Thursday, April 18, 2024
Homeଓଡିଶାପରୀକ୍ଷାକୁ ବିରୋଧ : ରାସ୍ତାକୁ ଓହ୍ଲାଇଲେ ବିଜେବି, ମହର୍ଷି ଓ ଏକାମ୍ର କଲେଜର ଛାତ୍ରଛାତ୍ରୀ

ପରୀକ୍ଷାକୁ ବିରୋଧ : ରାସ୍ତାକୁ ଓହ୍ଲାଇଲେ ବିଜେବି, ମହର୍ଷି ଓ ଏକାମ୍ର କଲେଜର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାଧ୍ୟତାମୂଳକ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା ହେବା ପରେ ରାଜ୍ୟର ଅନେକ କଲେଜରେ ଏହାକୁ ନେଇ ଦେଖା ଦେଇଛି ବିବାଦ । ପ୍ରଥମ ବର୍ଷ ପରୀକ୍ଷା ପାସ ନକଲେ ଏଣିକି ଆଉ ଦ୍ୱିତୀୟ ବର୍ଷକୁ ଯାଇପାରିବେ ନାହିଁ ଛାତ୍ରଛାତ୍ରୀ । ଏହାକୁ ନେଇ ଅନେକ କଲେଜର ଛାତ୍ରଛାତ୍ରୀ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଅନେକ କଲେଜରେ ବର୍ତ୍ତମାନ ପର‌୍ୟ୍ୟନ୍ତ ପାଠ୍ୟକ୍ରମ ସରି ନଥିବାରୁ ଏତେ ଶୀଘ୍ର କିଭଳି ପରୀକ୍ଷା ପାଇଁ ପ୍ରସ୍ତୁତି ହେବେ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଛାତ୍ର ଛାତ୍ରୀ । ଗତ କିଛି ଦିନ ଏଭଳି ବ୍ୟବସ୍ଥାକୁ ବିରୋଧ କରି ବିଜେବି କଲେଜରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳକୁ ଓହ୍ଲାଇଥିବା ବେଳେ ଆଜି ବିଜେପି କଲେଜ, ମହର୍ଷି କଲେଜ ଓ ଏକ୍ରାମ କଲେଜର ଛାତ୍ରଛାତ୍ରୀ ମାନେ ରାସ୍ତାକୁ ଓହ୍ଲାଇ ଏଭଳି ବ୍ୟବସ୍ଥାକୁ ତୀବ୍ର ବିରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking