34.1 C
Bhubaneswar
Friday, March 29, 2024
Homeଅପରାଧପୁଣି ଚର୍ଚ୍ଚା : ଭାଇରାଲ୍‌ ହେଲା ନାବାଳିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ

ପୁଣି ଚର୍ଚ୍ଚା : ଭାଇରାଲ୍‌ ହେଲା ନାବାଳିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ

ସମ୍ବଲପୁର : ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ କରିବା ଘଟଣା ପୁଣିଥରେ ସମ୍ବଲପୁରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଜଣେ ନାବାଳିକାଙ୍କୁ ଜବରଦସ୍ତି ବିବାହ କରିବା ପାଇଁ ବାଧ୍ୟ କରିବା ପରେ ନାବାଳିକା ଜଣକ ମନା କରିବାରୁ ଉକ୍ତ ଯୁବକ ଜଣକ ନାବାଳିକାଙ୍କ ସହିତ ରଖିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଶୋସିଆଲ ମିଡିଆରେ ଭାଇରାଲ୍‌ କରିଦେଇଥିଲା। ଯାହା ଜାଣିବା ପରେ ନାବାଳିକାଙ୍କ ମା’ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ସିନ୍ଦରପଙ୍କ ଅଞ୍ଚଳର ଉକ୍ତ ଯୁବକକୁ ଗିରଫ କରିଥିଲା। ସୂଚନା ଅନୁଯାୟୀ, ସମ୍ବଲପୁର ଅଞ୍ଚଳର ନାବାଳିକାଙ୍କର ଉକ୍ତ ଯୁବକ ସହ ପ୍ରେମ ସମ୍ପର୍କ ଗତ ବର୍ଷ ଜାନୁଆରିରୁ ଆରମ୍ଭ ହୋଇଥିଲା।

ଯୁବକ ଜଣକ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ଆରମ୍ଭ କରିଥିଲା। ଏହାର ଭିଡିଓ ମଧ୍ୟ ଉଠାଉଥିଲା। ତେବେ ଉକ୍ତ ଭିଡିଓ ଦେଖାଇ ନାବାଳିକାଙ୍କୁ ବିଭିନ୍ନ ସମୟରେ ଧମକ ଦେବା ଆରମ୍ଭ କଲା। ତାପରେ ନାବାଳିକାଙ୍କୁ ବିବାହ କରିବାକୁ ଯୁବକ ଜଣକ କହିଥିଲା। ନାବାଳିକା ଜଣକ ବିବାହ କରିବା ପାଇଁ ରାଜି ନ ହେବାରୁ ଯୁବକ ଜଣକ ଭିଡିଓ ଭାଇରାଲ୍‌ କରିବାକୁ ଧମକ ଦେଇଥିଲା। ଫେସ୍‌ବୁକ୍‌ରେ ଏକ ନୂଆ ଆଇଡି ଖୋଲି ନାବାଳିକାଙ୍କ ସମ୍ପର୍କୀୟଙ୍କ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇବା ଆରମ୍ଭ କରିଦେଇଥିଲା। ପରେ ଧୀରେ ଧୀରେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ସମୟର ଭିଡିଓଗୁଡ଼ିକୁ ଛାଡ଼ିବା ଆରମ୍ଭ କରିଥିଲା। ଏହା ଜଣାପଡ଼ିବା ପରେ ନାବାଳିକାଙ୍କ ପରିବାର ଲୋକେ କୌଣସି ଉପାୟ ନପାଇ ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ସିନ୍ଦୁରପଙ୍କ ଅଞ୍ଚଳର ଉକ୍ତ ଯୁବକକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking