29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗପୁଣି ଜଣେ କରୋନା ଯୋଦ୍ଧାଙ୍କୁ କରୋନା

ପୁଣି ଜଣେ କରୋନା ଯୋଦ୍ଧାଙ୍କୁ କରୋନା

ଖୋର୍ଦ୍ଧା : ପୁଣି ଜଣେ କରୋନା ଯୋଦ୍ଧା କରୋନାରେ ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତରଙ୍କୁ କରୋନା । ଡାକ୍ତରଙ୍କ ଠାରେ କରୋନା ଚିହ୍ନଟ ହେବା ପରେ ଏଡିଏମ୍‌ଓଙ୍କ କଟକଣା । କେବଳ ଗୋଟିଏ ଗେଟ୍ ଦେଇ ମେଡିକାଲକୁ ପ୍ରବେଶ ଅନୁମତି ଦିଆଯାଇଛି । ଜଣେ ରୋଗୀଙ୍କ ସହ ଜଣେ ଆଟେଣ୍ଡାଙ୍କୁ ଆସିବାକୁ ଅନୁମତି ଦିଆଯାଇଛି । ଓପିଡି ସାନିଟାଇଜ୍ କରିବାକୁ ଏଡିଏମ୍‌ଓଙ୍କ ନିର୍ଦ୍ଦେଶ ।
ବର୍ତ୍ତମାନ ଖୋର୍ଦ୍ଧାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୧୦ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୯୩୫ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୩୮୬ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ସେହିପରି ଅନ୍ୟ ୫ଜଣ ମୃତ୍ୟୁବରଣ କରିଥିଲେ ସୁଦ୍ଧା ସେ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking