38.1 C
Bhubaneswar
Tuesday, April 23, 2024
Homeଅପରାଧସ୍ତ୍ରୀର ଆତ୍ମହତ୍ୟା ପରେ ସ୍ୱାମୀ ଗିରଫ

ସ୍ତ୍ରୀର ଆତ୍ମହତ୍ୟା ପରେ ସ୍ୱାମୀ ଗିରଫ

ଯାଜପୁର : ରସୁଲପୁର ବ୍ଲକ ଅନ୍ତର୍ଗତ ଖୋସାଲପୁର ଗ୍ରାମର ମେଘନାଦ ମଳିକଙ୍କ ପୁଅ ଅଶୋକ ମଳିକଙ୍କ ସ୍ତ୍ରୀ ଆତ୍ମହତ୍ୟା କରିବା ପରେ ପୁଲିସ ଅଶୋକଙ୍କୁ ଗୁରୁବାର ଗିରଫ କରିଛି ।
ସୂଚନା ଅନୁଯାୟୀ, ଖୋସାଲପୁର ଗ୍ରାମର ଅଶୋକ ମଳିକ ଯାଜପୁର ସଦର ଥାନା କଚେରୀ ଗାଁର ଭୀମସେନ ମଲ୍ଲିକଙ୍କ ଝିଅ ରୀତାଞ୍ଜଳିକୁ ୨୦୧୮ ମସିହାରେ ବୈଦିକ ମତେ ବିବାହ କରିଥିଲେ । ବିବାହର କିଛି ମାସ ପରେ ସ୍ୱାମୀ ଏବଂ ଭାଉଜ ଏବଂ ଅନ୍ୟ ସଦସ୍ୟ ରୀତାଞ୍ଜଳିକୁ ନିର୍ଯାତନା ଦେବା ଫଳରେ ସେ ବାପ ଘରକୁ ଚାଲିଯାଇଥିଲେ । ଏହାପରେ ଉଭୟ ପରିବାରଙ୍କ ସହମତିରେ ସ୍ୱାମୀ ଅଶୋକ ବୁଝାସୁଝା କରି ସ୍ତ୍ରୀ ରୀତାଞ୍ଜଳିକୁ ଘରକୁ ଆଣିଥିଲେ । ମାତ୍ର ପରେ କଳିଝଗଡା ଲାଗିରହିବାରୁ ଗତ ୧୨ ତାରିଖରେ ରୀତାଞ୍ଜଳି କିରୋସିନ ଢ଼ାଳି ଆତ୍ମହତ୍ୟା କରିଥିଲା । ଏହାପରେ ତାଙ୍କୁ କଟକ ମେଡିକାଲ ନିଆଯାଇ ଚିକିତ୍ସା କରାଯାଇଥିଲା । ମାତ୍ର ସେଠାରେ ମୃତ୍ୟୁ ହେବାରୁ ମଙ୍ଗଳାବାଗ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିଲା । ଏହାପରେ ରୀତାଞ୍ଜଳିର ବାପା ଭୀମସେନ ତାଙ୍କ ଝିଅକୁ ତାର ସ୍ୱାମୀ, ବଡ ଭାଉଜ ମାଳତୀ ମଳିକ ମିଶି କିରୋସିନ ଢ଼ାଳି ପୋଡି ମାରିଦେଇଥିବା କୁଆଖିଆ ଥାନାରେ ଅଭିଯୋଗ କରିଥିଲେ । କୁଆଖିଆ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଶୋକ ମଳିକଙ୍କୁ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking