34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଟୀକା ନେବାର ୧୬ ଦିନ ପରେ ଡାକ୍ତରଙ୍କ ମୃତ୍ୟୁ

ଟୀକା ନେବାର ୧୬ ଦିନ ପରେ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଭାଇରସ ଉପରେ ଜୋରସୋରରେ କାମ ଚାଲିଛି । ଏହାରି ମଧ୍ୟରେ ଜଣେ ଡାକ୍ତର ଫାଇଜର ଭ୍ୟାକ୍ସିନ ନେବା ପରେ ତାଙ୍କର ୧୬ ଦିନ ପରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜାନୁଆରୀ ୩ ତାରିଖରେ ତାଙ୍କୁ କରୋନା ଭ୍ୟାକ୍ସିନ ଦିଆଯାଇଥିଲା । ଆମେରିକାର ସାଉଥ ଫ୍ଲୋରିଡାର ଏହି ୫୬ ବର୍ଷୀୟ ଡାକ୍ତରଙ୍କ ପତ୍ନି କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କ ମୃତ୍ୟୁ କରୋନା ଭ୍ୟାକ୍ସିନ ନେବା ଯୋଗୁଁ ହିଁ ହୋଇଛି । ଡାକ୍ତର ଫାଇଜରର ପ୍ରଥମ ଡୋଜ ଜାନୁଆରୀ ୩ରେ ନେଇଥିଲେ । ଏହି ମାମଲାକୁ ନେଇ ଆମେରିକା ସ୍ୱାସ୍ଥ୍ୟ ଅଧିକାରୀ ଯାଡଚ କରୁଛନ୍ତି । ଜାକ୍ତର ମାଇକେଲ ପ୍ରାୟ ୧୦ ବର୍ଷ ଧରି ମାଉଣ୍ଟ ସିନାଇ ମେଡିକାଲ ସେଣ୍ଟରରେ କାମ କରୁଥିଲେ । ଡାକ୍ତରଙ୍କ ପତ୍ନୀ ହେଦି ମେକଲମେନ ସୂଚନା ଦେଇ କହିଛନ୍ତି ଯେ, ଫାଇଜର କରୋନା ଭ୍ୟାକ୍ସିନ ନେବାର ୧୬ ଦିନ ପରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଛି । ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ ପ୍ରିଭେନସନ ଡାକ୍ତରଙ୍କ ମୃତ୍ୟୁର ଯାଂଚ କରୁଛନ୍ତି । ଡାକ୍ତରଙ୍କ ପତ୍ନୀ ଆହୁରି ମଧ୍ୟ କହିଛନ୍ତି ଯେ, ଫାଇଜର ଟିକା ନେବାର କିଛି ଦିନ ପରେ ତାଙ୍କ ସ୍ୱାମୀଙ୍କ ନିକଟରେ ଅଜବ ଧରଣର ଲକ୍ଷଣ ଦେଖାଦେଇଥିଲା । ତାଙ୍କ ହାତ ଗୋଡରେ ଛୋଟ ଛୋଟ ଦାଗ ହେବାକୁ ଲାଗିଥିଲା । ଏହାପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଫେସବୁକ ପୋଷ୍ଟରେ ପତ୍ନୀ କହିଲେ ଯେ, ସର୍ଜରୀର ଦୁଇ ଦିନ ପୂର୍ବରୁ ତାଙ୍କ ପତିଙ୍କ ଠାରେ ପ୍ଲେଟଲେସ କମ୍ ହେବା କାରଣରୁ ଷ୍ଟ୍ରୋକ ହୋଇଥିଲା । ଏହି ଘଟଣାକୁ ନେଇ ଫାଇଜର କମ୍ପାନୀ କହିଛି ଯେ, ଏ ଘଟଣା ସହିତ ଆମ ଭ୍ୟାକ୍ସିନର କୌଣସି ସଂପର୍କ ନାହିଁ । ଏଠାରେ ଆମେ କହିରଖୁଛି ଯେ, ଭାରତ ସମେତ ସାରା ବିଶ୍ୱରେ ୧୯୦ରୁ ଅଧିକ ଦେଶରେ ଖତରନାକ କରୋନା ଭାଇରସ ବ୍ୟାପିଛି । ଏପର୍ଯ୍ୟନ୍ତ ବିଶ୍ୱରେ ୮.୮୮ କୋଟି  ଲୋକ କରୋନା ସଂକ୍ରମିତ ହୋଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking