31.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶପଞ୍ଜାବ ଜୟ ପରେ ୯ ରାଜ୍ୟରେ ଆପ୍‌ର ପ୍ରଭାରୀ ଘୋଷଣା

ପଞ୍ଜାବ ଜୟ ପରେ ୯ ରାଜ୍ୟରେ ଆପ୍‌ର ପ୍ରଭାରୀ ଘୋଷଣା

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନରେ ବିଜୟ ପରେ ୯ଟି ରାଜ୍ୟରେ ନିଜ ପଦାଧିକାରୀ ଘୋଷଣା କଲା ଆମ୍ ଆଦମୀ ପାର୍ଟି। ପଞ୍ଜାବରୁ ଆପ୍‌ର ରାଜ୍ୟସଭା ପ୍ରାର୍ଥୀ ତଥା ଆଇଆଇଟି ଦିଲ୍ଲୀର ପ୍ରଫେସର ସନ୍ଦୀପ ପାଠକଙ୍କୁ ଗୁଜୁରାଟ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ପଞ୍ଜାବ ରାଜନୀତିରେ ଆପ୍‌କୁ ଦମ୍‌ଦାର୍ ସଫଳତା ମିଳିବା ପରେ ପାଠକଙ୍କୁ ଚାଣକ୍ୟ କୁହାଯାଉଛି। କାରଣ ପାଠକ ପରଦା ପଛରେ ରହି ଆପ୍ ପାଇଁ ପ୍ରାର୍ଥୀ ଚୟନ କରିଥିଲେ ଏବଂ ନିର୍ବାଚନୀ ରଣନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଚଳିତ ବର୍ଷ ନଭେମ୍ଵର କିମ୍ଵା ଡିସେମ୍ଵରରେ ଗୁଜୁରାଟରେ ନିର୍ବାଚନ ହେବାକୁ ଯାଉଛି। ଏଭଳି ସ୍ଥିତିରେ ଆପ୍ ଏଭଳି ଜଣେ ରଣନୀତିଜ୍ଞଙ୍କୁ ମଇଦାନ୍‌କୁ ଓହ୍ଲାଇବାକୁ ଚାହୁଁଛି ଯିଏ ଦଳ ପାଇଁ ବିଶ୍ଵସ୍ତ ଏବଂ ଦୀର୍ଘ ଦିନ ଧରି କାମ କରୁଛି। ଦୀର୍ଘ ଦିନ ଧରି ବିଜେପିର ଗଡ଼ ଥିବା ଗୁଜୁରାଟରେ ଆମ୍ ଆଦମୀ ପାର୍ଟି ବିକଳ୍ପ ରୂପେ ମୁଣ୍ଡ ଟେକିଛି। ଯୁବଶକ୍ତିଙ୍କ ପାଇଁ ଆପ୍ ପ୍ରଥମ ପସନ୍ଦ ପାଲଟିଛି। ବିଧାନସଭା ନିର୍ବାଚନ ଜିତିବା ପାଇଁ ବିଜେପିରୁ କିଛି ପ୍ରତିଶତ ଭୋଟ୍ ଏବଂ କଂଗ୍ରେସର୍ କିଛି ପ୍ରତିଶତ ଭୋଟ୍ ଟାଣିବା ଆପ୍ ପାଇଁ ଆବଶ୍ୟକତା ରହିଛି ବୋଲି ଗୁଜୁରାଟ ପ୍ରଭାରୀ ତଥା ଆପ୍ ବିଧାୟକ ଗୁଲାବ ସିଂହ କହିଛନ୍ତି।
ଗୁଲାବ ସିଂହ ପୁଣି କହିଛନ୍ତି ଯେ, ବିଜେପି ଏବଂ କଂଗ୍ରେସକୁ ହରାଇ ନିର୍ବାଚନ ଜିତିବା ପାଇଁ ରାଜ୍ୟ ପ୍ରଭାରୀ ଏବଂ ନିର୍ବାଚନ ପ୍ରଭାରୀ ଏକ ଟିମ୍ ରୂପରେ କାମ କରିବେ। ବୁଥ୍ ପରିଚାଳନା, ସଠିକ୍ କ୍ୟାମ୍ପେନିଂ ଉପରେ ଅଧିକ ଧ୍ୟାନ ଦିଆଯିବ। ରାଜ୍ୟ ପ୍ରଭାରୀ ବିଭିନ୍ନ ସ୍ତରରେ ସଙ୍ଗଠନ ଗୁଡ଼ିକୁ ମଜବୁତ କରିବେ। ଅପର ପକ୍ଷରେ ଏନେଇ ଆପ୍ କହିଛି ଯେ, ପଞ୍ଜାବରେ ବିଜୟ ହାସଲ କରିବା ପରେ ସାରା ଦେଶରେ ସରକାର ଗଢିବା ପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଲାଣି। ବହୁ ବରିଷ୍ଠ ନେତାଙ୍କୁ ରାଜ୍ୟ ନିର୍ବାଚନ ପ୍ରଭାରୀ ଭାବରେ ଦାୟିତ୍ଵ ଦିଆଯାଇଛି। ଆପ୍ ଖୁବ୍‌ଶୀଘ୍ର ଅନ୍ୟ ରାଜ୍ୟରେ ନିଜ ପଦାଧିକାରୀ ଘୋଷଣା କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking