37.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶପୋଖରୀ ଶୁଖିବା ପରେ ନଜର ଆସିଲା ଏହି ଭୟାନକ ଗାଁ : ୭୦ ବର୍ଷ ଧରି...

ପୋଖରୀ ଶୁଖିବା ପରେ ନଜର ଆସିଲା ଏହି ଭୟାନକ ଗାଁ : ୭୦ ବର୍ଷ ଧରି ପାଣି ଭିତରେ ବୁଡି ରହିଥିଲା

ନୂଆଦିଲ୍ଲୀ : ଭୀଷଣ ଗରମ ଯୋଗୁଁ ବ୍ରିଟେନରେ ପୋଖରୀ, ନଦୀ ସବୁ ଶୁଖିବାରେ ଲାଗିଛି । ପାଣି ଶୁଖିବା ଯୋଗୁଁ ପ୍ରାୟ ୭୦ ବର୍ଷ ଧରି ପାଣି ଭିତରେ ଥିବା ଏକ ଗାଁ ଦେଖିବାକୁ ମିଳିଛି । କାହିଁ କେତେ ବର୍ଷରୁ ପାଣିରେ ଲୁଚି ରହିଥିବା ଏକ ପୋଲ ମଧ୍ୟ ନଜର ଆସୁଛି । ଲୋକମାନେ ଏବେ ସେଥିରେ ଚାଲି ଚାଲି ଯାତ୍ରା କରୁଛନ୍ତି ।

ପ୍ରକୃତରେ ୧୯୫୦ ଦଶରେ ବେଟିଂଙ୍ଗ୍ସ ନାମକ ଏକ ଛୋଟ ଗାଁ ବେଟିଙ୍ଗ୍ସ  ପୋଖରୀରେ ବୁଡି ଯାଇଥିଲା । ଏହି ଗାଁ ୱେଷ୍ଟ ୟର୍କସାୟର ପେନିନ୍ ହିଲ୍ସରେ ଥିଲା । ଏହି ଗାଁରେ ଅନେକ ବର୍ଷ ପୁରୁଣା ଏକ ପ୍ୟାକହର୍ସ ବ୍ରିଜ୍ ଥିଲା । କୁହାଯାଏ କି ଏହାକୁ ମଧ୍ୟ ଯୁଗରେ ନିର୍ମାଣ କରାଯାଇଥିଲା । ଯେବେ ବ୍ରିଟେନରେ ଭିକିଂର କବଜା ଥିଲା ଏହି ବ୍ରିଜ୍ ୟର୍କସାୟର ଏବଂ ଲଙ୍କାଶାୟରକୁ ଯୋଡୁଥିଲା ।

୧୯୫୬ରେ ଏହି ପୋଖରୀକୁ ଭେକଫିଲ୍ଡ ନାମକ ଏକ ସହର ପର୍ଯ୍ୟନ୍ତ ପାଣି ପହଞ୍ଚାଇବା ପାଇଁ ପ୍ରସ୍ତୁତ କରାଯାଇଥିଲା ।  ଏବେ ପୋଖରୀର ପାଣିର ସ୍ତର ହ୍ରାସ ପାଇବା ଯୋଗୁଁ ୟାର୍କସାୟର ୱାଟର hosepipe ବ୍ୟାନ ନେଇ ଘୋଷଣା କରିଛନ୍ତି । ଅର୍ଥାତ୍ ଆପଣ ଘରେ ବଗିଚାରେ ପାଣି ଦେବା ଭଳି କାମ କରିପାରିବେ ନାହିଁ । ୟାର୍କସାୟର ପୋଷ୍ଟ ଅନୁସାରେ ପାଣି ଭିତରେ କବର ହୋଇଯାଇଥିବା ଏହି ଗାଁର ଇତିହାସ ବହୁତ ଭୟାନକ ।

୧୯୮୯ ମସିହାରେ ଏହି ଅଞ୍ଚଳରେ ଏକ ମୃତଦେହ ମିଳିଥିଲା । ମୃତଦେହ ମୁଣ୍ଡରେ ଗୁଳି ବାଜିଥିଲା । ସେବେ ପୋଖରୀ ଶୁଖିଯିବା  ପରେ କୂଳରେ ମୃତଦେହ ମିଳିଥିଲା । ଯାଞ୍ଚ ସମୟରେ ଜଣାପଡିଲା କି ଏହି ବ୍ୟକ୍ତିଙ୍କ ନାଁ ଲରେନ୍ସ ବିଷ୍ଟନଲି । ହତ୍ୟା ସମୟରେ ତାଙ୍କୁ ୨୩ ବର୍ଷ ବୟସ ହୋଇଥିଲା । ତେବେ ଏହି ମର୍ଡର ସମ୍ପର୍କରେ ଆଜି ପର୍ଯ୍ୟନ୍ତ ମଧ୍ୟ କିଛି ଜଣାପଡିନି ।  କହିରଖୁଛୁ ସେହି ସମୟରେ ପୋଖରୀର ପାଣି ୧୨ ମିଟର ତଳକୁ ଖସିଯାଇଥିଲା । ୟାର୍କସାୟର ୱାଟର ଜଣାଇଛି କି ବର୍ତ୍ତମାନ ସମୟରେ ପୋଖରୀର ପାଣି ୫୦ ପ୍ରତିଶତରୁ ମଧ୍ୟ ଅଧିକ ଶୁଖିଯାଇଛି । ଏହା ପରେ ୨୭ ବର୍ଷରେ ପ୍ରଥମ ଥର hosepipe ବ୍ୟାନ୍ ଘୋଷଣା କରାଯାଇଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking