31.1 C
Bhubaneswar
Friday, March 29, 2024
Homeଓଡିଶାପ୍ରଥମ ଡୋଜ୍ ନେଲା ପରେ ଶରୀରରେ ହ୍ରାଇବ୍ରିଡ୍ ଇମ୍ୟୁନିଟ୍ ସୃଷ୍ଟି ହେଉଛି

ପ୍ରଥମ ଡୋଜ୍ ନେଲା ପରେ ଶରୀରରେ ହ୍ରାଇବ୍ରିଡ୍ ଇମ୍ୟୁନିଟ୍ ସୃଷ୍ଟି ହେଉଛି

ଭୁବନେଶ୍ୱର: କୋଭିଡ୍ ସଂକ୍ରମିତ ନ ହୋଇ ଏବଂ କୋଭିଡ୍ ସଂକ୍ରମିତ ହୋଇ ଟିକା ନେଇଥିବା ବ୍ୟକ୍ତିବିଶେଷଙ୍କ ଶରୀରରେ କେତେ ପରିମାଣର ଆଣ୍ଟିବଡି ସୃଷ୍ଟି ହେଉଛି ତାହା ଜାଣିବା ପାଇଁ ଆରଏମ୍‌ଆରସି ପକ୍ଷରୁ ହୋଇଥିବା ଅଧ୍ୟୟନରେ ପ୍ରଥମେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯାଇଥିଲା । ଚଳିତ ବର୍ଷ ଜାନୁଆରୀ ମାସରୁ ଏପ୍ରିଲ ମଧ୍ୟରେ ଆରଏମ୍‌ଆରସି ପକ୍ଷରୁ ୧୩୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଧ୍ୟୟନରେ ସାମିଲ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫୯ ଜଣ ପୂର୍ବରୁ ସଂକ୍ରମିତ ହୋଇଥିବା ବେଳେ ୭୫ ଜଣ କେବେବି ସଂକ୍ରମିତ ହୋଇନଥିଲେ । ଅଧ୍ୟୟନରୁ ଜଣାପଡ଼ିଥିଲା ଯେ କୋଭିଡ୍ ସଂକ୍ରମିତ ହୋଇ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ଅଧିକ ପରିମାଣର ଆଣ୍ଟିବଡି ରହିଛି । ଏପରିକି ଦୁଇ ଡୋଜ୍ ଠାରୁ ଗୋଟିଏ ଡୋଜ୍ ନେଇଥିବା ଲୋକଙ୍କଠାରେ ଅଧିକ ଆଣ୍ଟିବଡି ରହିଛି । ସଂକ୍ରମଣ ଆଣ୍ଟିବଡି ସୃଷ୍ଟି କରିବାରେ ସହାୟକ ହେଉଛି, ଯାହା ସଂକ୍ରମଣର ଏକ ବର୍ଷ ପରେ ମଧ୍ୟ ବୃଦ୍ଧି ପାଉଛି ।

ଏହାକୁ ହାଇବ୍ରିଡ୍ ଇମ୍ୟୁନିଟି ବୋଲି କୁହାଯାଉଛି । ସେମାନଙ୍କ ମଧ୍ୟରୁ କିଛି ଲୋକ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ନେଇଥିଲେ । ସ୍ୱାସ୍ଥ୍ୟକର୍ମୀମାନେ ପ୍ରଥମେ ଟିକା ନେଇଥିବାରୁ ସେମାନଙ୍କୁ ଅଧ୍ୟୟନରେ ସାମିଲ କରାଯାଇଥିଲା । ଏହି ସମୟରେ କେହି ସଂକ୍ରମିତ ହୋଇନଥିବା ଜଣାପଡ଼ିଥିଲା । ମୋଟାମୋଟି ଭାବେ କୋଭିଡ୍ ଭୂତାଣୁ ଏବଂ ଟିକା ମିଳିତ ଭାବେ ଉଚ୍ଚମାନର ଆଣ୍ଟବଡି ସୃଷ୍ଟି କରିପାରୁଛନ୍ତି । ଗୋଟିଏ ଡୋଜ୍ ବୁଷ୍ଟର ଭାବେ କାମ କରୁଛି ।

ଏହାକୁ ଦୃଷ୍ଟିରେ ରଖି କୋଭିସିଲ୍ଡ ଏବଂ କୋଭାକ୍ସିନର ଦ୍ୱିତୀୟ ଡୋଜ୍ ମଧ୍ୟରେ ଭିନ୍ନ ଭିନ୍ନ ଅବଧି ରଖାଯାଇଛି । ଯେଉଁମାନେ ପ୍ରାକୃତିକ ଉପାୟରେ ସଂକ୍ରମିତ ହେଇଛନ୍ତି, ସେମାନେ ପ୍ରଥକ ଡୋଜ୍ ଟିକା ନେଲା ପରେ କୋଭିଡ୍ ଭୂତାଣୁ ବିରୋଧରେ ଲଢ଼େଇ କରିବାରେ ସକ୍ଷମ ହୋଇପାରୁଛନ୍ତି । ଅର୍ଥାତ ସେମାନଙ୍କ ଶରୀରରେ ଆଣ୍ଟିବଡ଼ିମାତ୍ରା ବୃଦ୍ଧି ହେଉଛି । କୋଭାକ୍ସିନ୍‌ରେ ଅପେକ୍ଷା କୋଭିସିଲ୍ଡରେ ପ୍ରଥମ ଡୋଜ୍‌ରେ ଅଧିକ ମାତ୍ରାରେ ଆଣ୍ଟିବଡ଼ି ସୃଷ୍ଟି କରୁଛି । ସେଥିପାଇଁ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ଟିକା ଦେଲା ପରେ ଦ୍ୱିତୀୟ ଡୋଜ୍ ଅବଧି ୮୪ ଦିକକୁ ବୃଦ୍ଧି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking