ଭୁବନେଶ୍ୱର: ନୟାଗଡ ବହୁ ଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲାରେ ଏସଆଇଟି ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟରେ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ରିପୋର୍ଟରେ ସୂଚନା ଦିଆଯାଇଛି । ତେବେ ହତ୍ୟାର ମୂଳ କାରଣ ଦୁଷ୍କର୍ମ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ପରୀର ପୋଷାକରୁ ଦୁଷ୍କର୍ମ ପ୍ରମାଣ ମିଳିଥିବା ନେଇ ସୂଚନା ଦିଆଯାଇଛି । ଆଜି ହାଇକୋର୍ଟରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଛି ଏସଆଇଟି । ତଦନ୍ତ ଅଗ୍ରଗତି ନେଇ ମୁଦା ଲଫାପାରେ ରିପୋର୍ଟ ଦେଇଛି ଏସଆଇଟି ।