30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଦୀର୍ଘ ୪ ମାସ ପରେ ଭାରତ ଓ ଆମେରିକା ମଧ୍ୟରେ ବିମାନ ସେବା ଆରମ୍ଭ

ଦୀର୍ଘ ୪ ମାସ ପରେ ଭାରତ ଓ ଆମେରିକା ମଧ୍ୟରେ ବିମାନ ସେବା ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀ ନେଇ ବିମାନ, ଟ୍ରେନ ଓ ବସ ଚଳାଚଳ ବନ୍ଦ ରହିଥିଲା । କିନ୍ତୁ କିଛିଟା କଟକଣା ଭିତରେ ଏବେ ଆସ୍ତେ ଆସ୍ତେ ସବୁ ସ୍ୱାଭାବିକ କରାଯାଉଛି । ଏହାରି ମଧ୍ୟରେ ୪ମାସ ପରେ ଆଜିଠାରୁ ଭାରତ ଓ ଆମେରିକା ମଧ୍ୟରେ ପୁଣି ବିମାନ ଚଳାଚଳ ହେବ । ବିମାନ ଚଳାଚଳ ସଂସ୍ଥା ଏୟାର ବବଲସ ମାଧ୍ୟମରେ ବିମାନ ଉଡ଼ାଣ ହେବ । ରାଜିନାମା ଅନୁସାରେ ଆଜିଠାରୁ ଆମେରିକାରୁ ଭାରତକୁ ୧୮ଟି ବିମାନ ଉଡ଼ିବ । ବ୍ରିଟେନ ଓ ଜର୍ମାନୀ ସହ ମଧ୍ୟ ଭାରତର ରାଜିନାମା ହୋଇଥିବା ନେଇ ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ।
ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ସଂକ୍ରମଣ ଥମିବାର ନାଁ ଧରୁନି । ୧୩୭ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୦ ଲକ୍ଷ ପାର କରିସାରିଲାଣି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ହଜାର ୮୩୨କୁ ବୃଦ୍ଧି । ମୃତ୍ୟୁ ସଂଖ୍ୟା ୨୫ହଜାର ୬୦୨କୁ ବୃଦ୍ଧି ପାଇଛି । ୨୪ଘଣ୍ଟାରେ ସର୍ବାଧିକ ୩୪ହଜାର ୯୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬୮୭ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ଦେଶରେ ୩ଲକ୍ଷ ୪୨ହଜାର ୪୭୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବାବେଳେ ୬ଲକ୍ଷ ୩୫ହଜାର ୭୫୭ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ୨ଲକ୍ଷ ୮୪ହଜାର ୨୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ହଜାର ୧୯୪ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ ଆକ୍ଟିଭ୍ କେସ୍ ମଧ୍ୟ ସବୁଠୁ ଅଧିକ ରହିଛି । ସେହିପରି ତାମିଲନାଡୁରେ ଆକ୍ଟିଭ୍ କେସ୍ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଆକ୍ଟିଭ୍ କେସ୍‌ର ତୃତୀୟ ସ୍ଥାନରେ ରହିଛି କର୍ଣ୍ଣାଟକ ।  ଏ ନେଇ କନ୍ଦ୍ରେ ସ୍ୱାସ୍ଥ୍ୟ ଓ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking