28.9 C
Bhubaneswar
Wednesday, May 14, 2025
Homeଓଡିଶାଦୀର୍ଘ ବର୍ଷ ପରେ ନିଜ ସାଙ୍ଗମାନଙ୍କ ସହ ସାକ୍ଷାତ କରି ଭାବବିହ୍ଵଳ ହୋଇପଡିଲେ ରାଷ୍ଟ୍ରପତି

ଦୀର୍ଘ ବର୍ଷ ପରେ ନିଜ ସାଙ୍ଗମାନଙ୍କ ସହ ସାକ୍ଷାତ କରି ଭାବବିହ୍ଵଳ ହୋଇପଡିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗସ୍ତର ଆଜି ଦ୍ୱିତୀୟ ଦିନରେ ନିଜ ସ୍କୁଲକୁ ଯାଇଥିଲେ ରାଷ୍ଟ୍ରପତି। ଭୁବନେଶ୍ୱର ୟୁନିଟ୍‌ -୨ ବାଳିକା ଉଚ୍ଚବିଦ୍ୟାଳୟରେ ସ୍ମୃତି ସାଉଁଟିଛନ୍ତି। ସ୍କୁଲରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଫୁଲ ତୋଡ଼ା ଦେଇ ଭବ୍ୟ ସ୍ୱାଗତ କରାଯାଇଥିଲା। ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଦ୍ରୌପଦୀ ମୁର୍ମୁ। ସେଠାରେ ନିଜ ସହପାଠୀଙ୍କୁ ଭେଟିଥିଲେ। ଦୀର୍ଘ ବର୍ଷ ପରେ ନିଜ ସାଙ୍ଗମାନଙ୍କ ସହ ସାକ୍ଷାତ ହେଇଥିବାରୁ ସେମାନଙ୍କୁ ଦେଖି ଭାବବିହ୍ଵଳ ହୋଇପଡିଥିଲେ। ହାଇସ୍କୁଲ ପରିସରରେ ଗଛ ଲଗାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ରାଷ୍ଟ୍ରପତି ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମରୁ ଏକାଦଶ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରିଥିଲେ । ଏହି ସମୟରେ ସେ କୁନ୍ତଳା କୁମାରୀ ସାବତ ହଷ୍ଟେଲରେ ରହିଥିଲେ । ହଷ୍ଟେଲରେ ସେ ରହୁଥିବା ବିର୍ସାମୁଣ୍ଡା ଓ ତୁଳସୀ ମୁଣ୍ଡା ବ୍ଲକକୁ ମଧ୍ୟ ଯାଇଥିଲେ । ସେଠାରେ ନିଜ ଖଟ ଉପରେ କିଛି ସମୟ ବସିଥିଲେ।

ଏହି ଅବସରରେ ରାଷ୍ଟ୍ରପତି ନିଜ ମନକଥା ବଖାଣିଛନ୍ତି। ଭୁବନେଶ୍ୱର କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ଭିଜିଟର ବୁକ୍‌ରେ ନିଜ ମନ କଥା ଲେଖିଛନ୍ତି। ସେ ଲେଖିଛନ୍ତି, ‘ଆଜି କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରି ମୁଁ ବହୁତ ଖୁସି । ମୋ ଛାତ୍ରୀ ଜୀବନର ଅନେକ ଅଭୂଲା ସ୍ମୃତିକୁ ଉଜ୍ଜୀବିତ କରିଛି। ହଷ୍ଟେଲର ଅନ୍ତେବାସୀ ଏବଂ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଭେଟିଲି। ସେମାନଙ୍କ ସହ କଥାବାର୍ତ୍ତା ହେବା ସମୟରେ ମୁଁ ଭାବବିହ୍ଵଳ ହୋଇପଡିଲି। ସୁଖର କଥା ଏଠାରେ ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ, ସ୍ୱଛ ଓ ଘରୋଇ ପରିବେଶ ମିଳୁଛି। ମୁଁ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରୁଛି।’

ରାଷ୍ଟ୍ରପତି ରାଜଭବନରୁ ବାହାରି ପ୍ରଥମେ ଖଣ୍ଡଗିରି ତପୋବନ ହାଇସ୍କୁଲ ଗସ୍ତ କରିଥିଲେ। ସେଠାରେ କିଛି ସମୟ ବୁଲି ଛାତ୍ରଛାତ୍ରୀଙ୍କ ସହ ସମୟ ବିତାଇଥିଲେ। ଏହାପରେ ନିଜ ସ୍କୁଲ ୟୁନିଟ୍‌ -୨ ବାଳିକା ଉଚ୍ଚବିଦ୍ୟାଳୟକୁ ଯାଇଥିଲେ। ଦିନ ୧୧ଟା ୪୦ରେ ଜୟଦେବ ଭବନରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏକାଧିକ ଭାରତୀୟ ଭାଷାରେ ପାଠ୍ୟକ୍ରମ ପୋ୍ରଟାଲରେ ଇ-କୁମ୍ଭ ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ। ସମସ୍ତ କାର୍ଯ୍ୟକ୍ରମ ସାରି ଅପରାହ୍ନରେ ଦିଲ୍ଲୀ ଫେରିଯିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking