38.8 C
Bhubaneswar
Friday, April 19, 2024
Homeଅପରାଧସ୍ତ୍ରୀ କୁ ହତ୍ୟା କରିବା ପରେ ସ୍ୱାମୀ କହିଲେ କିଛି ଏପରି….

ସ୍ତ୍ରୀ କୁ ହତ୍ୟା କରିବା ପରେ ସ୍ୱାମୀ କହିଲେ କିଛି ଏପରି….

ନୂଆଦିଲ୍ଲୀ: ହାଇଦ୍ରାବାଦରେ ୨୭ବର୍ଷର ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି ମୃତଦେହ ଏସବିଆରଆର ସରକାରୀ ହସ୍ପିଟାଲରୁ ପାଞ୍ଚଦିନ ପୂର୍ବରୁ ସୁଟକେଶ ଭିତରୁ ମିଳିଥିଲା ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ମହିଳାଙ୍କ ସ୍ବାମୀ ଅଭିଯୋଗ ହୋଇଛି କି ସ୍ବାମୀ ହିଁ ତାର ସ୍ତ୍ରୀକୁ ହତ୍ୟା କରିଛି

ମହିଳାଙ୍କ ଶରୀର କ୍ଷତାକ୍ତ ହୋଇଥିବାରୁ ଚିହ୍ନଟ କରିବାରେ ଅସୁବିଧା ହୋଇଥିଲା। ହସ୍ପିଟାଲ ପରିସରରେ ଲାଗିଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା କି ଜଣେ କ୍ୟାବ ଚାଳକ ଏହି ସୁଟ‌କେଶକୁ ହସ୍ପିଟାଲ ପରିସରରେ ରଖି ଦେଇ ଚାଲି ଯାଉଛନ୍ତି ଏହାପରେ ଉକ୍ତ କ୍ୟାବ ଚାଳକଙ୍କୁ ପୁଲିସ ଗିରଫ କରି ପଚରାଉଚରା ସମୟରେ ପୁଲିସ ସୂଚନା ପାଇଥିଲା କି, ଯେଉଁ ମହିଳାଙ୍କ ମୃତ୍ୟୁ ହୋଇଛି ତାଙ୍କ ବୟସ ୨୭ବର୍ଷ ନାମ ଭୁବନେଶ୍ବରୀ। ସେ ଚିତୁରର ରାମସମୁଦ୍ରମରେ ବସବାସ କରୁଥିଲେ। ସେ ପେସାରେ ଜଣେ ସପ୍ଟୱୟାର ଇଞ୍ଜିନିୟର ଥିଲେ। ହାଇଦ୍ରାବାଦରେ ଚାକିରି କରୁଥିଲେ

ଭୁବନେଶ୍ବରୀଙ୍କ ବିବାହ ଶ୍ରୀକାନ୍ତ ରେଡ୍ଡିଙ୍କ ସହିତ ୨୦୧୯ରେ ହୋଇଥିଲା। ଦୁହିଁଙ୍କ ୧୮ମାସର ଝିଅଟିଏ ରହିଛି। ବିବାହ ପରେ ଶ୍ରୀକାନ୍ତ ଭୁବନେଶ୍ବରୀ ତିରୁପତିରେ ରହିଥିଲେ। କରୋନା ମହାମାରୀ ସମୟରେ ତିରୁପତିଙ୍କ ଚାକିରି ଚାଲି ଯାଇଥିଲା। ଚାକିରି ଯିବା ପରେ ଶ୍ରୀକାନ୍ତ ପ୍ରତିଦିନ ଘରକୁ ମଦ ପିଇ ଆସୁଥିଲେ। ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥାଏ। ଜୁନ ୨୨ ରାତିରେ ବି ଶ୍ରୀକାନ୍ତ ଭୁବନେଶ୍ବରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ରାଗି ଯାଇ ଶ୍ରୀକାନ୍ତ ଭୁବନେଶ୍ବରୀଙ୍କୁ ହତ୍ୟା କରିଥିଲେ। ଏହାପରେ ଟ୍ୟାକ୍ସିକୁ ଭଡ଼ାରେ ନେଇ ସ୍ତ୍ରୀ ମୃତଦେହକୁ ହସ୍ପିଟାଲ କମ୍ପାଉଣ୍ଡ‌ରରେ ରଖି ଦେଇ ଚାଲି ଆସିଥିଲେ। ସେହିଦିନ ରାତିରେ ପୁଣି ହସ୍ପିଟାଲ ଫେରି ସୁଟକେଶରେ ପେଟ୍ରୋଲ ଢ଼ାଳି ନିିଆ ଲଗାଇ ଦେଇଥିଲେ

ପୁଲିସ ସୂତ୍ର ଅନୁସାରେ, ଶ୍ରୀକାନ୍ତ ନିଜର ପରିବାର ଶ୍ବଶୁର ଘର ଲୋକଙ୍କୁ ମିଛ କହିଥିଲା କି, ତାଙ୍କ ସ୍ତ୍ରୀ କରୋନା ଡେଲଟା ପ୍ଲସ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ଥିବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ହତ୍ୟାକାଣ୍ଡ ଘଟାଇବା ପରେ ଶ୍ରୀକାନ୍ତ ଫେରାର ହୋଇଯାଇଥିଲା। ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ତାଙ୍କୁ ଗିରଫ କରାଯାଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking