28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଚୀନ ବିରୋଧରେ ଦମ୍ ଦେଖାଇଲା ତାଇଓ୍ବାନ

ଚୀନ ବିରୋଧରେ ଦମ୍ ଦେଖାଇଲା ତାଇଓ୍ବାନ

ତାଇପେଇ : ଚୀନର ସମରାଭ୍ୟାସ ଶେଷ ହେବା ପରେ ତାଇଓ୍ବାନ ମଧ୍ୟ ନିଜର ଦମ୍ ଦେଖାଇବା ଆରମ୍ଭ କରିଛି । ତାଇଓ୍ବାନ ସାମରିକ ବାହିନୀ ପକ୍ଷରୁ ଆଜି ଲାଇଭ୍ ଫାୟାର ଡ୍ରିଲ ଆରମ୍ଭ କରାଯାଇଛି । ଲାଇଭ୍ ଫାୟାର ଡ୍ରିଲର ଅର୍ଥ ହେଉଛି ଯେଉଁ ସମରାଭ୍ୟାସରେ କାଳ୍ପନିକ ଟାର୍ଗେଟ୍ ଉପରେ ସତସତିକା ବୋମାବର୍ଷଣ କରାଯାଇଥାଏ । ଏହି ସମରାଭ୍ୟାସ ଅଧିନରେ ତାଇଓ୍ବାନର ଲଢୁଆ ବିମାନ ଉଡ଼ିବା ସହ ହାଓ୍ବିତଜର ତୋପରୁ ଗୋଳା ବର୍ଷଣ କରାଯାଇଛି । ପିଙ୍ଗଟନ୍ ଅଂଚଳରେ ଏହି ସମରାଭ୍ୟାସ କରାଯାଇଛି । ଏହି ସମରାଭ୍ୟାସ ମାଧ୍ୟମରେ ସମ୍ଭାବ୍ୟ ଚୀନ ଆକ୍ରମଣରୁ କିପରି ତାଇଓ୍ବାନକୁ ସୁରକ୍ଷା ଦିଆଯିବ, ସେ ନେଇ ପ୍ରସ୍ତୁତି କରାଯାଇଛି । ଗତ କାଲି ଚୀନ ପକ୍ଷରୁ ପ୍ରକାଶିତ ଏକ ଶ୍ବେତପତ୍ରରେ କୁହାଯାଇଥିଲା ଯେ, ଚୀନ ସହିତ ତାଇଓ୍ବାନର ଏକୀକରଣକୁ ଶାନ୍ତିପୂର୍ଣ୍ଣ ଉପାୟରେ ସାକାର କରିବା ଉପରେ ଚୀନ ସରକାର ଗୁରୁତ୍ବ ଦେଉଛନ୍ତି । ମାତ୍ର କେତେକ ବାହ୍ୟ ଶତ୍ରୁ ତାଇଓ୍ବାନକୁ ଚୀନ ବିରୋଧରେ ଉସୁକାଉଛନ୍ତି । ସେମାନଙ୍କୁ ବଳ ପ୍ରୟୋଗ କରି ଜବାବ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking