30.1 C
Bhubaneswar
Wednesday, April 24, 2024
Homeଓଡିଶାକଟକ ବି ସଟ୍ ଡାଉନ

କଟକ ବି ସଟ୍ ଡାଉନ

ଭୁବନେଶ୍ୱର: ପ୍ରଥମେ ଭଦ୍ରକ ଓ ଭୁବନେଶ୍ୱର ପରେ ଏବେ କଟକ ସହରକୁ ବି ସଟ୍ ଡାଉନ କରାଯାଇଛି । ରାଜ୍ୟରେ ଷଷ୍ଠ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ଏବେ କଟକ ସହରକୁ ୪୮ ଘଂଟା ପାଇଁ ସଂପୂର୍ଣ୍ଣ ରୂପେ ସଟ୍ ଡାଉନ କରାଯାଇଛି । ଏହା ପୂର୍ବରୁ ରାଜଧାନୀ ଭୁବନେଶ୍ଵର ଏବଂ ଭଦ୍ରକ ସହରକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ଵରକୁ ସମ୍ପୂର୍ଣ୍ଣ ସଟ୍ ଡାଉନ କରାଯାଇଛି । ଏହି ନିୟମ ଆଜି ରାତି ୮ଟାରୁ ଆସନ୍ତା ରବିବାର ରାତି ୮ଟା ପର‌୍ୟ୍ୟନ୍ତ ଲାଗୁ ହେବ। କରୋନା ଭୂତାଣୁ ଚେନକୁ ଭାଙ୍ଗିବାକୁ ରାଜ୍ୟ ସରକାର ଏଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି ୪୮ ଘଣ୍ଟା ଏକପ୍ରକାର କର୍ଫ୍ୟୁ ବୋଲି ପୁଲିସ ମହାନିର୍ଦେଶକ କହିଥିଲେ । ମାଛ, ମାସଂ, ଅଣ୍ଡା, ପନିପରିବା ଦୋକାନ ବନ୍ଦ ରହିବ। ସେହିପରି ମେଡିକାଲ ସେବା ଉପରେ ମଧ୍ୟ କଟକଣା ଲଗାଯାଇଛି ବୋଲି ପୁଲିସ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି ।
https://onakhabar.com/2020/04/03/48-hours-will-shut-down-bhubaneswa-bhadrak/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking