33.1 C
Bhubaneswar
Thursday, April 25, 2024
Homeକରୋନା୪ ସପ୍ତାହ ପରେ ପିଲାମାନଙ୍କୁ ଦିଆଯିବ ଜାଇଡସ୍ କାଡିଲା ଭାକସିନ୍

୪ ସପ୍ତାହ ପରେ ପିଲାମାନଙ୍କୁ ଦିଆଯିବ ଜାଇଡସ୍ କାଡିଲା ଭାକସିନ୍

ନୂଆଦିଲ୍ଲୀ: କରୋନା ତୃତୀୟ ଲହରକୁ ନେଇ ଏବେ ଭୟ ଓ ଆଶଙ୍କା ଜାରି ରହିଛି । ଇତି ମଧ୍ୟରେ ଟିକାକରଣ ଉପରେ ଫୋକସ୍ କରାଯାଉଛି । ବିଶେଷଜ୍ଞ ମାନେ ତୃତୀୟ ଲହରରେ ପିଲାମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ମତ ପ୍ରକାଶ କରିଛନ୍ତି । ତେଣୁ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଭାକସିନ୍ ତିଆରି କରିବାରେ ଲାଗିପଡ଼ିଛନ୍ତି ବିଭିନ୍ନ ଫାର୍ମା କମ୍ପାନୀ । ତେବେ ଏହା ଭିତରେ ଏକ ଖୁସି ଖବର ଶୁଣିବାକୁ ମିଳିଛି । ଆସନ୍ତା ୪ ସପ୍ତାହ ପରେ ପିଲା ମାନଙ୍କୁ ଜାଇଡସ୍ କାଡିଲା ଭାକସିନ୍ ଦିଆଯାଇପାରେ । ଏଥିପାଇଁ ପ୍ରସ୍ତୁତି ଜାରି ରହିଛି । କେନ୍ଦ୍ରୀୟ ବାୟୋଟେକ୍ନୋଲୋଜି ସଚିବ ଡା. ରେଣୁ ସ୍ୱରୂପ କହିଛନ୍ତି ଯେ, ଜାଇଡସ୍ କାଡିଲାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ଏହାକୁ ୧୨ ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କଙ୍କ ପାଇଁ ବ୍ୟବହାର କରାଯାଇପାରିବ ।

ହେଲେ ଏହାକୁ ଆହୁରି ୪ ସପ୍ତାହ ଲାଗିବ । ତେଣୁ ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବରରେ ଏହାକୁ ଦିଆଯିବା ନେଇ ଅନୁମାନ କରାଯାଉଛି । ସେ ଆହୁରି ବି କହିଛନ୍ତି, ଦେଶରେ ୮୦ ହଜାରରୁ ଅଧିକ ନମୁନାର ଜେନୋମ ସିକ୍ୱେସିଂ କରାଯାଇଛି । ଟିକା ନେବା ପରେ ମଧ୍ୟ ସଂକ୍ରମିତ ଲୋକମାନଙ୍କ ମଧ୍ୟରେ ଡେଲଟା ଏବଂ ଆଲଫା ଭାରିଆଣ୍ଟ ଚିହ୍ନଟ ହେଉଛି । ଦେଶରେ କରୋନାର ଅନେକ ପ୍ରକାରର ଭାରିଆଣ୍ଟି ଦେଖିବାକୁ ମିଳିଛି । ୨୩୧ରୁ ଅଧିକ ମ୍ୟୁଟେସନ୍ ଠାବ ହୋଇସାରିଛି । ହେଲେ ସେବୁ ଗୁଡ଼ିକ କ୍ଷତିକାରକ ନୁହନ୍ତି । ବର୍ତ୍ତମାନ ଦେଶରେ ୬ଟି ଭାକସିନ୍ କୁ ଅନୁମତି ମିଳିଥିବା ବେଳେ ୩ଟି ଭାକସିନ୍ ଉପଲବ୍ଧ ହେଉଚି । ସେସବୁ ହେଲା; କୋଭିସିଲ୍ଡ, କୋଭାକ୍ସିନ୍ ଏବଂ ସ୍ପୁଟନିକ୍-ଭି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking