37.2 C
Bhubaneswar
Friday, April 19, 2024
Homeଓଡିଶାଦୀର୍ଘ ୨୫ ବର୍ଷ ପରେ ପାଟଣାଗଡ଼ ଏନ୍‌ଏସି ଦଖଲ କଲା ବିଜେଡି

ଦୀର୍ଘ ୨୫ ବର୍ଷ ପରେ ପାଟଣାଗଡ଼ ଏନ୍‌ଏସି ଦଖଲ କଲା ବିଜେଡି

ପାଟଣାଗଡ : ପାଟଣାଗଡ଼ରେ ପୌର ନିର୍ବାଚନ ପାଇଁ ଆଜି ମତଗଣନା କଡା ସୁରକ୍ଷା ବ୍ୟବସ୍ଥାରେ ଆରମ୍ବ ହୋଇଛି । ଏନ୍‌ଏସିର ୧୫ ଟି ୱାର୍ଡ ପାଇଁ ସମୁଦାୟ ୧୬ହଜାର ୭୨୩ ଭୋଟର ଥିବା ବେଳେ ୧୧ ହଜାର ୭୧୧ ଗୋଟି ଭୋଟ ପଡିଛି । ଆଜି ସକାଳୁ ଭୋଟ ଗଣତି ପାଇଁ ଇଭିଏମ ମେସିନକୁ ଗଣତି କେନ୍ଦ୍ରକୁ ନିଆଯାଇ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୧୫ ଗୋଟି ୱାର୍ଡରୁ ବିଜେଡି ୧୪ ଟିରେ ବିଜୟୀ ହୋଇଥିବା ବେଳେ କେବଳ ୧୩ ନମ୍ବରରେ ସ୍ୱାଧୀନ ପ୍ରାଥୀ ରୁନୁ କୁମ୍ଭାର ବିଜୟୀ ହୋଇଥିବାର ଜଣାପଡ଼ିଛି । ସେହିପରି ବିଜେଡିର ଅଧ୍ୟକ୍ଷ ପ୍ରାର୍ଥିନୀ ମାନସୀ ବିଶ୍ୱାଳ ତାଙ୍କର ନିକଟତମ ବିଜେପିର ପ୍ରାଥୀ ବୁଡୁ ସବରଙ୍କ ଠାରୁ ୩୦୬ ଭୋଟ ଅଧିକ ପାଇଁ ବିଜୟୀ ହୋଇଛନ୍ତି । ମାନସୀ ବିଶ୍ୱାଳ ୬୬୩୭ ପାଇଥିବା ବେଳେ ବୁଡୁସବର ୩୫୭୧ କଂଗ୍ରେସର ନୀଳମଣି ଭୋଇ ୧୦୭୦ ଓ ସ୍ୱାଧୀନ ପ୍ରାଥୀ ମାଞ୍ଚନ ମୁଣ୍ଡା ୩୨୯ ଓ ନୋଟା ରେ୧୭୨ ଟି ଭୋଟ ମିଳିଥିଲା ପାଟଣାଗଡ଼ ଏନଏସିରେ ବିପୁଳ ପରିମାଣରେ ବିଜେଡିକୁ ସମର୍ଥନ କରି ଚେୟାରମେନ ଓ ୧୪ ଗୋଟି କାଉନସିଲର ଦେଇଥିବାରୁ ବିଧାୟକ ସରୋଜ କୁମାର ମେହେର ପାଟଣାଗଡ଼ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking