31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୨୦ ବର୍ଷ ପରେ ଭାରତୀୟ ମହିଳା ପାକିସ୍ତାନରେ ଠାବ

୨୦ ବର୍ଷ ପରେ ଭାରତୀୟ ମହିଳା ପାକିସ୍ତାନରେ ଠାବ

କରାଚି : ଆଜକୁ ୨୦ ବର୍ଷ ପୂର୍ବେ ନିଖୋଜ ହୋଇଥିବା ଜଣେ ଭାରତୀୟ ମହିଳାଙ୍କୁ ପାକିସ୍ତାନର କରାଚି ସହରରେ ଠାବ କରାଯାଇଛି । ହମିଦି ବେଗମ ନାମ୍ନୀ ମୁମ୍ବାଇର ଏହି ମହିଳା ପୂର୍ବରୁ କାତାରରେ ରୋଷେୟାଭାବେ କାର୍ଯ୍ୟ କରୁଥିଲେ । ୨୦୦୨ ମସିହାରେ ମୁମ୍ବାଇର ଜଣେ ଦଲାଲ ସହ ଭେଟ ହେବାପରେ ହମିଦିଙ୍କୁ ଦୁବାଇରେ ଚାକିରି କରାଇଦେବାର ସେ ପ୍ରତିଶ୍ରୁତି ଦେଇଥିଲେ । ତେବେ ଏଜେଣ୍ଟ ଜଣକ ହମିଦିଙ୍କୁ ଦୁବାଇ ପରିବର୍ତ୍ତେ ପାକିସ୍ତାନ ନେଇଯାଇଥିଲେ । କରାଚିରୁ ତାଙ୍କୁ ସିନ୍ଧ୍ ପ୍ରଦେଶର ହାଇଦ୍ରାବାଦ ସହରକୁ ନିଆଇ ୩ ମାସ ଗୋଟିଏ କୋଠରୀରେ ଅଟକ ରଖାଯାଇଥିଲା । ସେଠାରୁ କୌଣସିମତେ ଖଲାସ ହେବାପରେ ସେ ପାକିସ୍ତାନର ଜଣେ ବିପତ୍ନୀକ ପୁରୁଷଙ୍କୁ ବିବାହ କରିବା ସହ ସାବତ ପୁଅ ସହ ବସବାସ କରୁଥିଲେ । ୨୦୧୯ରେ ସ୍ୱାମୀଙ୍କର ପରଲୋକ ହେବାପରେ ହମିଦି କରାଚିି ମସ୍‌ଜିଦ ଇମାମ୍ ୱାଲିଉଲ୍ଲା ମାରୁଫ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ । କାଳକ୍ରମେ ହମିଦି ଇମାମ୍‌ଙ୍କୁ ନିଜର ଦୁଃଖକାହାଣୀ ବଖାଣିଥିଲେ । ମାରୁଫ୍ ଦୟାପରବଶ ହୋଇ ଏହି ଘଟଣା ଇସଲାମାବାଦରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କ ଦୃଷ୍ଟିକୁ ଆଣିଥିଲେ । ବର୍ତ୍ତମାନ ଦୂତାବାସ ସହଯୋଗରେ ହମିଦିଙ୍କୁ ଭାରତ ପ୍ରତ୍ୟାବର୍ତ୍ତନର ସୁଯୋଗ ପ୍ରଦାନ କରାଯାଉଛି । ୨୦ ବର୍ଷପରେ ପରିବାର ଲୋକଙ୍କୁ ଭେଟିବାର ସୁଯୋଗ ମିଳୁଥିବାରୁ ହମିଦି ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରୁଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking