33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଭାରତୀୟଙ୍କ ସମେତ ୧୫୦ ଜଣଙ୍କୁ ଛାଡିଲା ତାଲିବାନ

ଭାରତୀୟଙ୍କ ସମେତ ୧୫୦ ଜଣଙ୍କୁ ଛାଡିଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ପ୍ରକୋପ ଏବେ ଜାରି ରହିଛି । ସୂତ୍ର ଅନୁସାରେ, କାବୁଲ ଏୟାରପୋର୍ଟରୁ ତାଲିବାନୀ ୧୫୦ ଲୋକଙ୍କୁ ଜବରଦସ୍ତି ଭାବରେ ନିଜ ସହ ନେଇଯାଇଥିଲା । ତେବେ ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ, ତାଲିବାନ ଏବେ ସେହି ୧୫୦ ଜଣଙ୍କୁ ଛାଡି ଦେଇଛି ଓ ସମସ୍ତେ ଏୟାରପୋର୍ଟ ଫେରୁଛନ୍ତି । ୧୫୦ ଜଣଙ୍କ ମଧ୍ୟରେ ଆଫଗାନୀ ଶିଖ, ଆଫଗାନି ନାଗରିକ ଓ ଅଧିକାଂଶ ଭାରତୀୟ ସାମିଲ ରହିଛନ୍ତି ।
ଆଫଗାନି ସାମ୍ବାଦିକଙ୍କ ସୂଚନା ଅନୁସାରେ, ସମସ୍ତ ଭାରତୀୟ ସୁରକ୍ଷିତ ରହିଛନ୍ତି । ଯେୁଁ ଲୋକଙ୍କୁ ତାଲିବାନୀ ନିଜ ସହ ନେଇଥିଲା, ସେମାନଙ୍କ ପାସପୋର୍ଟ ଯାଂଚ କରିଥିଲା । ରିପୋର୍ଟ ଅନୁସାରେ, ତାଙ୍କୁ ସୂଚନା ମିଳିଥିଲା ଯେ, ଅପହରଣକାରୀ କହିଛନ୍ତି, ଏବେ ସେମାନଙ୍କୁ କାବୁଲ ଏୟାରପୋର୍ଟ ନିଆଯିବ । ବର୍ତମାନ ସେମାନଙ୍କୁ କାବୁଲ ଏୟାରପୋର୍ଟ ନିକଟ ଏକ ଗ୍ୟାରେଜରେ ରଖାଯାଇଛି । ସରକାରୀ ସୂତ୍ରରୁ ଜଣାପଡିଛି ଯେ, ସମସ୍ତ ଭାରତୀୟ ସେଠାରେ ସୁରକ୍ଷିତ ଅଛନ୍ତି ଓ ଅଥରିଟି ଲଗାତର ଭାବେ ସଂପର୍କରେ ଅଛନ୍ତି ।
ଅନ୍ୟପଟେ ତାଲିବାନର କୋ-ଫାଉଣ୍ଡର ସରକାର ଗଠନ ନେଇ ଚର୍ଚ୍ଚା କରିବାକୁ କାବୁଲରେ ପହଂଚିଛି । ମୁଲ୍ଲା ଅବଦୁଲ ଗନୀ ବରଦାର କାବୁଲରେ ଜିହାଦୀ ନେତା ଓ ରାଜନୀତିଜ୍ଞଙ୍କ ସହ ସାକ୍ଷାତ କରିବେ ।  ତେବେ ତାଲିବାନୀ ନେତାମାନେ ହାମିଦ କରଜଇ, ଅବଦୁଲ୍ଲା ଅବଦୁଲ୍ଲାଙ୍କ ସହ ବି ସାକ୍ଷାତ କରିଥିଲେ ଓ ଭରଷା ଦେଇଥିଲେ ଯେ, ବର୍ତମାନର ତାଲିବାନ ପୂର୍ବର ତାଲିବାନ ଠାରୁ ଅଧିକ ଉଦାର ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking