31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକାବୁଲରେ ବଡ ଧରଣର ବିସ୍ଫୋରଣ

କାବୁଲରେ ବଡ ଧରଣର ବିସ୍ଫୋରଣ

ନୂଆଦିଲ୍ଲୀ: ଆଫଗାନିସ୍ତାନର କାବୁଲ ସହରରେ ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ ବିସମିଲ୍ଲାହ ମହମ୍ମଦିଙ୍କ ବାସଭବନ ଆଗରେ ବୋମା ବିସ୍ଫୋରଣ ହୋଇଥିଲା । ଏହି ଆକ୍ରମଣରେ ୪ ଜଣ ବନ୍ଧୁକଧାରୀ ସମ୍ପୃକ୍ତ ଥିବା ଗୃହ ମନ୍ତ୍ରଣାଳୟ କହିଛି । ବିସ୍ଫୋରଣ ପରେ ଆଫଗାନିସ୍ତାନ ସୁରକ୍ଷା ବାହିନୀ ଓ ଆକ୍ରମଣକାରୀଙ୍କ ମଧ୍ୟରେ ୪ ଘଣ୍ଟା ଯାଏଁ ଗୁଳିବିନିମୟ ହୋଇଥିଲା । ବିସ୍ଫୋରଣ ପରେ ଗୁଳି ବିନିମୟ ହୋଇ କିଛି ବନ୍ଧୁକଧାରୀ ପ୍ରତିରକ୍ଷା ମନ୍ତ୍ରୀଙ୍କ ଘରେ ପ୍ରବେଶ କରିଥିଲେ । ବିଳମ୍ବିତ ରାତିରେ ଆଫଗାନିସ୍ତାନର କାର୍ଯ୍ୟନିର୍ବାହୀ ପ୍ରତିରକ୍ଷା ମନ୍ତ୍ରୀଙ୍କ ବାସଭବନ ତଥା କାବୁଲ ସହରରେ ଅନେକ ବିସ୍ଫୋରଣ ପରେ ଗୁଳିମାଡର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା । ଏହି ବିସ୍ଫୋରଣ କାବୁଲର ଶିରପୁର ଅଞ୍ଚଳରେ ହୋଇଥିଲା । ଏଠାରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବ୍ୟତୀତ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ମାର୍ଶଲ ଅବଦୁଲ ରଶିଦ ଦେସ୍ତମ ମଧ୍ୟ ରୁହନ୍ତି । ବିସ୍ଫୋରଣ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ସେଠାରେ ନଥିଲେ। ଗତ କିଛି ସପ୍ତାହ ମଧ୍ୟରେ ଆଫଗାନିସ୍ତାନରେ ହିଂସାର ତୀବ୍ରତା ଦେଖାଦେଇଛି । ଏ ପର୍ଯ୍ୟନ୍ତ ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking