39.8 C
Bhubaneswar
Thursday, April 18, 2024
Homeଦେଶ ବିଦେଶତାଲିବାନର ଚେତାବନୀ : ଏବେ କୌଣସି ବି ଆଫଗାନୀଙ୍କୁ ଦେଶ ଛାଡ଼ିବାକୁ ଦେବୁ ନାହିଁ

ତାଲିବାନର ଚେତାବନୀ : ଏବେ କୌଣସି ବି ଆଫଗାନୀଙ୍କୁ ଦେଶ ଛାଡ଼ିବାକୁ ଦେବୁ ନାହିଁ

କାବୁଲ : ଆଫଗାନିସ୍ତାନରେ ୨୦ ବର୍ଷ ପରେ ପୁଣିଥରେ ତାଲିବାନର କବ୍‌ଜା ହୋଇଛି । ୧୫ ଅଗଷ୍ଟରେ ତାଲିବାନ କାବୁଲ ଅକ୍ତିଆର କରି ନେଇଥିଲା, ଯାହା ପରେ ରାଷ୍ଟ୍ରପତି ଅଶରଫ୍ ଘନି ଦେଶ ଛାଡ଼ି ପଳାଇଥିଲେ । ସାଧାରଣ ଲୋକେ ମଧ୍ୟ କୌଣସି ବି ପରିସ୍ଥିତିରେ ଆଫଗାନିସ୍ତାନ ଛାଡ଼ିବା ପାଇଁ ଉଦ୍ୟମ କରୁଛନ୍ତି । ଏବେ ସୁଦ୍ଧା ହଜାର ହଜାର ଲୋକ ଦେଶ ଛାଡ଼ି ସାରିଲେଣି । ତେବେ ଏହାରି ଭିତରେ ତାଲିବାନ ପକ୍ଷରୁ ଚେତାବନୀ ଦିଆଯାଇଛି କି, ଏବେ ସେମାନେ କୌଣସି ବି ଆଫଗାନୀଙ୍କୁ ଦେଶ ଛାଡ଼ି ଯିବା ପାଇଁ ଅନୁମତି ଦେବେ ନାହିଁ । ତାଲିବାନର ପ୍ରବକ୍ତା ଜବୀଉଲ୍ଲାହ ମୁଜାହିଦ କହିଛନ୍ତି, କେହି ବି ଆଫଗାନୀ ଦେଶ ଛାଡ଼ି ଯିବେ ନାହିଁ । କିନ୍ତୁ ବିଦେଶୀ ନାଗରିକ ନିଜ ଦେଶକୁ ଫେରି ପାରନ୍ତି । ଏୟାରପୋର୍ଟ ଯିବାକୁ ଥିବା ରାସ୍ତାକୁ ବ୍ଲକ କରି ଦିଆଯାଇଛି । ଆଫଗାନୀ ସେହି ରାସ୍ତାରେ ଏୟାରପୋର୍ଟ ଯାଇ ପାରିବେ ନାହିଁ । କିନ୍ତୁ ବିଦେଶୀ ନାଗରିକଙ୍କୁ ଅନୁମତି ଅଛି । ଜବୀଉଲ୍ଲାହ କହିଥିଲେ ଯେ ପୂର୍ବରୁ ଯେତେ ବି ଆଫଗାନୀ ନାଗରିକ ଦେଶ ଛାଡ଼ିଛନ୍ତି, ସେମାନେ ନିଜ ଦେଶକୁ ଫେରି ଆସିବା ଉଚିତ । ଏବେ ଆମେ ଆଫଗାନୀଙ୍କୁ ଦେଶ ଛାଡ଼ିବାକୁ ଦେବୁ ନାହିଁ ଏବଂ ଆମେ ଏଥିରେ ଖୁସି ବି ନାହୁଁ । ଆଫଗାନିସ୍ତାନର ଡାକ୍ତର ଏବଂ ଶିକ୍ଷାବିଦ୍‌ମାନେ ଦେଶ ଛାଡ଼ି ଯିବା ଉଚିତ ନୁହେଁ । ସେମାନେ ନିଜ ଦେଶରେ ହିଁ କାମ କରିବା ଉଚିତ । ତାଲିବାନ ଶାସନ ଭାର ସମ୍ଭାଳିବା ପରେ ହଜାର ହଜାର ଲୋକ ଆଫଗାନିସ୍ତାନ ଛାଡ଼ି ସାରିଛନ୍ତି, ଯେଉଁଥିରେ ଅଧିକାଂଶ ମହିଳା ସାମିଲ ଅଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି କି, ୧୪ ଅଗଷ୍ଟରୁ ଏ ପର୍ଯ୍ୟନ୍ତ ୭୦ ହଜାରରୁ ଅଧିକ ଲୋକଙ୍କୁ କାବୁଲରୁ ବାହାର କରାଯାଇ ସାରିଲାଣି । ତାଲିବାନର ଏହି ବୟାନ ଉପରେ ହ୍ୱାଇଟ ହାଉସ୍‌ର ପ୍ରେସ୍ ସେକ୍ରେଟାରୀ ଜେନ ସାକୀ ଗଣମାଧ୍ୟମକୁ କହିଛନ୍ତି, ଏଥିରେ ସେହି ଆଫଗାନୀମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ, ଯେଉଁମାନଙ୍କୁ ଆମେରିକା ପ୍ରାଥମିକତା ଦେଇଛି । ଏ ବିଷୟରେ ତାଲିବାନକୁ ବି କହି ଦିଆଯାଇଛି ଏବଂ କୁହାଯାଇଛି କି, ଏମିତି ଲୋକଙ୍କୁ ଏୟାରପୋର୍ଟ ପହଞ୍ଚିବାକୁ ଦିଆଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking