22.1 C
Bhubaneswar
Sunday, January 23, 2022
Homeଦେଶ ବିଦେଶଆଫଗାନିସ୍ତାନ : ମସ୍‌ଜିଦରେ ବିସ୍ଫୋରଣ, ୧୦୦ ମୃତ

ଆଫଗାନିସ୍ତାନ : ମସ୍‌ଜିଦରେ ବିସ୍ଫୋରଣ, ୧୦୦ ମୃତ

କାବୁଲ: ଶୁକ୍ରବାର ଆଫଗାନିସ୍ତାନର କୁନ୍ଦୁଜ ପ୍ରାନ୍ତରେ ଶୁକ୍ରବାର ନମାଜ ବେଳେ ଏକ ମସଜିଦ୍‌ରେ ଭୀଷଣ ବିସ୍ଫୋରଣ ଘଟି ୧୦୦ ଲୋକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଶିୟା ମୁସଲମାନଙ୍କୁ ଟାର୍ଗେଟ୍ କରି ଏହି ବିସ୍ଫୋରଣ କରାଯାଇଥିବା କୁହାଯାଉଛି । ତାଲିବାନ ପୁଲିସ ଅଧିକାରୀ ମହମ୍ମଦ ଓବୈତାଙ୍କ ଅନୁସାରେ ୧୦୦ ଲୋକ ବିସ୍ଫୋରଣର ଶିକାର ହୋଇଥିବା ବେଳେ ଅଧିକାଂଶଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଦେଶର ସୂଚନା ଓ ସଂସ୍କୃତି ଉପମନ୍ତ୍ରୀ ଜବିଉଲ୍ଲା ମୁଜାହିଦି କହିଛନ୍ତି, ଶୁକ୍ରବାର ଦିପହର ବେଳେ କୁନ୍ଦୁଜର ଖାନାବାଦ ବନ୍ଦର ଅଞ୍ଚଳରେ ଥିବା ଶିୟା ନାଗରିକଙ୍କ ଏକ ମସଜିଦ୍‌କୁ ଟାର୍ଗେଟ୍ କରି ଏହି ବିସ୍ଫୋରଣ କରାଯାଇ ଏବଂ ଏଥିରେ ବହୁ ଲୋକ ପ୍ରାଣ ହରାଇଛନ୍ତି । ସୁରକ୍ଷା କର୍ମୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିବା ସେ କହିଛନ୍ତି । ପ୍ରତ୍ୟକ୍ଷଦର୍ଶଙ୍କ ଅନୁସାରେ ବିସ୍ଫୋରଣ ବେଳେ ମସଜିଦ୍‌ରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ ଏବଂ ୧୦୦ରୁ ଅଧିକ ଏହାର ଶିକାର ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କୀ ସଂଗଠନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହିଁ । ତେବେ ଆଫଗାନିସ୍ତାନରେ ଆଇଏସ୍‌ଆଇଏସ୍ ଦୀର୍ଘ ସମୟ ଧରି ଶିୟା ମୁସଲିମ୍‌ଙ୍କୁ ଟାର୍ଗେଟ୍ କରିଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking