36.7 C
Bhubaneswar
Tuesday, April 16, 2024
Homeଦେଶ ବିଦେଶ୨୦ ଟଙ୍କା ପାଇଁ ରେଲୱେ ସହ ୨୨ ବର୍ଷ ଲଢିଲେ, ଏବେ ଆସିଲା ରାୟ

୨୦ ଟଙ୍କା ପାଇଁ ରେଲୱେ ସହ ୨୨ ବର୍ଷ ଲଢିଲେ, ଏବେ ଆସିଲା ରାୟ

ମଥୁରା: ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାର ଜଣେ ଆଇନଜୀବୀ ୨୦ ଟଙ୍କା ପାଇଁ ରେଲୱେ ସହ ୨୨ ବର୍ଷ ଧରି ଲଢେଇ ଲଢି ଶେଷରେ ଜିତିଛନ୍ତି । ଏବେ ରେଲୱେ ଆସନ୍ତା ଗୋଟିଏ ମାସ ଭିତରେ ସମସ୍ତ ଟଙ୍କାକୁ ପୈଠ କରିବ । ୨୦ ଟଙ୍କା ଉପରେ ପ୍ରତିବର୍ଷ ୧୨ ପ୍ରତିଶତ ବାର୍ଷିକ ସୁଧରେ ଟଙ୍କା ଫେରାଇବାକୁ ପଡିବ । ଏହାସହ ମାନସିକ ଯନ୍ତ୍ରଣା ଏବଂ ଅନ୍ୟ ଖର୍ଚ୍ଚ ବାବଦକୁ ୧୫ ହଜାର ଟଙ୍କାର ଜରିମାନା ଆକରରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ଉପଭୋକ୍ତା ଫୋରମ ଅଗଷ୍ଟ ୫ରେ ଅଭିଯୋଗ ଚୂଡାନ୍ତ ଶୁଣାଣି କରି ଆଇନଜୀବୀଙ୍କ ପକ୍ଷରେ ରାୟ ଶୁଣାଇଥିଲେ । ମଥୁରାର ହୋଲିଗେଟ୍ ଅଞ୍ଚଳର ବାସିନ୍ଦା ତଥା ଆଇନଜୀବୀ ତୁଙ୍ଗନାଥ ଚତୁର୍ବେଦୀ ସୋମବାର କହିଛନ୍ତି, ୧୯୯୯ ଡିସେମ୍ୱର ୨୫ରେ ନିଜର ଜଣେ ସହଯୋଗୀଙ୍କ ସହ ମୁରାଦାବାଦ ଯିବା ପାଇଁ ଟିକଟ କିଣିବା ପାଇଁ ମଥୁରା ଛାବନୀ ଟିକଟ କାଉଣ୍ଟର ନିକଟକୁ ଯାଇଥିଲେ । ସେହି ସମୟରେ ଟିକଟର ମୂଲ୍ୟ ୩୫ ଟଙ୍କା ଥିଲା । ଟିକଟ କାଉଣ୍ଟରରେ ଥିବା ବ୍ୟକ୍ତିଙ୍କୁ ସେ ୧୦୦ ଟଙ୍କା ଦେଇଥିଲେ, ତେବେ ବ୍ୟକ୍ତି ଜଣଙ୍କ ଦୁଇ ଟିକଟର ମୂଲ୍ୟ ୭୦ ଟଙ୍କା ପରିବର୍ତ୍ତେ ୯୦ ଟଙ୍କା ନେଇଥିଲେ । ଦାବି କରିବା ପରେ ବି ୨୦ ଟଙ୍କା ଆଉ ଫେରାଇ ନଥିଲେ । ଏବେ ଏହି ମାଲମାର ଚୂଡାନ୍ତ ଶୁଣାଣି ଜିଲ୍ଲା ଉପଭୋକ୍ତା ଫୋରମ ରେଲୱେକୁ ସମସ୍ତ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉପଭୋକ୍ତା ଫୋରମର ଅଧ୍ୟକ୍ଷ ନବନୀତ କୁମାର ରେଲୱେକୁ ନିର୍ଦ୍ଦେଶ ଦେଇ ଆଇନଜୀବୀଙ୍କ ଠାରୁ ନିଆଯାଇଥିବା ଅତିରିକ୍ତ ୨୦ ଟଙ୍କା ଉପରେ ପ୍ରତିବର୍ଷ ୧୨ ପ୍ରତିଶତ ବାର୍ଷିକ ସୁଧ ହାର ସହ ଫେରାଇବାକୁ କହିଛନ୍ତି । ଏହାସହ ମାନସିକ, ଆର୍ଥିକ ଯନ୍ତ୍ରଣା ଏବଂ ଅନ୍ୟ ଖର୍ଚ୍ଚ ପାଇଁ ୧୫ ହଜାର ଟଙ୍କା ଜରିମାନା ଭାବେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking