43 C
Bhubaneswar
Tuesday, April 16, 2024
Homeଓଡିଶାରଥଯାତ୍ରା ପାଳନ ନେଇ ପ୍ରଶାସନିକ ପ୍ରସ୍ତୁତି ବୈଠକ

ରଥଯାତ୍ରା ପାଳନ ନେଇ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଗୁଣପୁର  : ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ଗୁଣପୁର ଉପଖଣ୍ଡରେ ଚଳିତବର୍ଷ ରଥଯାତ୍ରା ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । କୋଭିଡ କଟକଣାକୁ ଆଖି ଆଗରେ ରଖି କେବଳ ସେବାୟତ ମାନଙ୍କୁ ନେଇ ଶ୍ରୀଜୀଉଙ୍କ ରୀତିନୀତି ପାଳନ କରାଯିବାକୁ ସର୍ବସମ୍ମତି କ୍ରମେ ସ୍ଥିର କରାଗଲା । ରଥଯାତ୍ରା ସମୟରେ ରଥ ଟଣା ହେବ ନାହିଁ କି ଶ୍ରୀଜୀଉଙ୍କୁ ବାହାରକୁ ଅଣାଯିବ ନାହିଁ । ସର୍ବସାଧରଣ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ମନ୍ଦିର ସାମ୍ନା ଗେଟ ସମ୍ପୂର୍ଣ୍ଣ ବନ୍ଦ କରି ଯାତ୍ରା ସମୟର ସମସ୍ତ ନୀତିକାନ୍ତି ପାଳନ କରାଯିବ । ଯଦି ଆବଶ୍ୟକ ହୁଏ ମନ୍ଦିର ପରିସରରେ ୧୪୪, ୧୦୭ ଓ ୧୦୮ ଧାରା ଲାଗୁ କରାଯିବ । ସେହିପରି ଦେବ ସ୍ନାନ ପୂର୍ଣ୍ଣିମା ମଧ୍ୟ ବିନା ଭକ୍ତରେ କେବଳ ପାରମ୍ପାରିକ ସେବାୟତ ଙ୍କୁ ଅନୁଷ୍ଠିତ ହେବ । ଏହି ଅନୁରୂପରେ ଗୁଣପୁର ଉପଖଣ୍ଡର ସମସ୍ତ ତହସିଲର ଜଗନ୍ନାଥ ମନ୍ଦିରରେ ପାଳନ କରିବା ନିମନ୍ତେ ସ୍ଥିର କରାଗଲା ।ଆଜିର ଏହି ବୈଠକରେ ଗୁଣପୁର ତହସିଲଦାରଙ୍କ ସମେତ ସମସ୍ତ ତହସିଲଦାର, ଗୁଣପୁର ଆଦର୍ଶ ଥାନା ଅଧିକାରୀ ମନ୍ଦିର ପରିଚାଳନା କମିଟି ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking