28.1 C
Bhubaneswar
Friday, March 29, 2024
Homeଓଡିଶାଆଦିତ୍ୟ ଦାଶ ମୃତ୍ୟୁ ମାମଲା : ଲାଏ ଡିଟେକସନ ପାଇଁ ପତ୍ନୀ ପ୍ରସ୍ତୁତ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ଲାଏ ଡିଟେକସନ ପାଇଁ ପତ୍ନୀ ପ୍ରସ୍ତୁତ

ଭୁବନେଶ୍ୱର : ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ଆଜକୁ ୧୬ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ମୃତ୍ୟୁର କାରଣ ଜଣାପଡ଼ୁନାହିଁ । ନୂଆ ନୂଆ ମିଷ୍ଟ୍ରି ବାହାରି ଚାଲିଛି । ଆଜି ଏହା ଘଟଣାକୁ ନେଇ ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ , ସେ ଲାଏ ଡିଟେକସନ ଟେଷ୍ଟ ପାଇଁ ପ୍ରସ୍ତୁତ ଅଛନ୍ତି । ତାଙ୍କ ସହ ଆଦିତ୍ୟଙ୍କ ଆଶ୍ରମ ପରିଚାଳକ ବିକାଶ ଓ ପପୁ ଓ ଦୀପୁଙ୍କର ମଧ୍ୟ ଲାଏ ଡିଟେକସନ ଟେଷ୍ଟ କରାଯାଉ । ଲହି ଟେଷ୍ଟ କଲେ ଅନେକ ଲୁଚି ରହିଥିବା ତଥ୍ୟ ବାହାରକୁ ଆସିପାରିବା । ବିଦ୍ୟାଶ୍ରୀ କହିଛନ୍ତି ଯେ , ତାଙ୍କ ନାଁରେ ଲୋକଲୋଚନରେ ବହୁତ ମିଥ୍ୟା ତଥ୍ୟ ଘୁରି ବୁଲୁଛି । ଲାଏ ଡିଟେକସନ ଟେଷ୍ଟ ହେବା ପରେ ଲୋକ ସତ କଣ ଜାଣିପାରିବେ । ଏଥିସହ ସେ କହିଛନ୍ତି ଯେ , ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଯେ , ଡାଏରୀରେ ପଛ ଦୁଇ ପେଜ ମୋ ହାତ ଲେଖା ଥିଲା । କିନ୍ତୁ ଏହା ସଂପୂର୍ଣ୍ଣ ମିଥ୍ୟା ଅଟେ । ମତେ ଓ ମୋ ପରିବାରଙ୍କୁ ଜିଆରପି ଦ୍ୱାରା ଯାହା ବି ପ୍ରଶ୍ନ କରାଯାଇଥିଲା , ସେ ବିଷୟରେ ଆମେ ଜାଣିଛୁ । ବାହାର ଲୋକେ କିଛି ନ ଜାଣିକରି ମିଥ୍ୟା ପ୍ରଚାର କରି ମତେ ବଦନାମ କରୁଛନ୍ତି । ସେଦିନ ସେ ଡାଏରୀ ମୋ ପାଖରେ ନୁହେଁ, ବିକାଶ ପାଖରେ ଥିଲା । ଆଉ ପୋଲିସ୍ ପଚରାଉଚୁରା କରିଚାଲିଯାଇଥିଲେ କିନ୍ତୁ ବିକାଶ ପୋଲିସଙ୍କୁ ଦେଇନଥିଲେ ।
ଅନ୍ୟପଟେ ଆଜି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମାଲାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ , ଏହି ଘଟଣାର ତଦନ୍ତ ମାମଲାକୁ ଜିଆରପି ସହିତ କମିଶନରେଟ ପୋଲିସ୍ ଙ୍କୁ ମଧ୍ୟ ଦିଆଯାଉ । ଉଦ୍ଭୟଙ୍କର ମିଳିତ ତଦନ୍ତରେ ଘଟଣା ଉପରୁ ପର୍ଦ୍ଦା ଉଠିବ । ଏବେ ଜିଆରପି ଦ୍ୱାରା ଚାଲିଥିବା ତଦନ୍ତ ସନ୍ତୋଷଜନକ ନୁହେଁ । ଯଦି ଏହା ଆତ୍ମହତ୍ୟା ନ ହୋଇ ଏକ ହତ୍ୟାକାଣ୍ଡ ହୋଇଥିବ , ତେବେ ଯଥାଶ୍ରୀଘ୍ର ତଦନ୍ତ କରାଯାଉ । ତାହେଲେ ଲୋକଙ୍କର ଆଇନ ବ୍ୟବସ୍ଥା ଉପରେ ବିଶ୍ୱାସ ଆସିବ । ଜୁଲାଇ ୬ ତାରିଖରେ ଆଦିତ୍ୟଙ୍କ ମୃତ ଦେହ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଚ ଷ୍ଟେସନ ଟ୍ରେନ ଟ୍ରାକ ଉପରୁ ମିଳିଥିଲା । ଏହି ଘଟଣାକୁ ନେଇ ଗତ ୧୮ ତାରିଖରେ ଆଦିତ୍ୟଙ୍କ ପତ୍ନୀ , ତାଙ୍କ ବାପା – ମା ଓ ତାଙ୍କ ଶ୍ୱଶୁର ଶାଶୁଙ୍କୁ ଜେରା କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking