34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗପୁଅ ମୃତ୍ୟୁ ପଛରେ ଥାଇପାରେ ସାଇକୋ ଲେଡି : ଆଦିତ୍ୟଙ୍କ ମା’

ପୁଅ ମୃତ୍ୟୁ ପଛରେ ଥାଇପାରେ ସାଇକୋ ଲେଡି : ଆଦିତ୍ୟଙ୍କ ମା’

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଆଜି ପୁଣି ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ସାଇକୋ ଲେଡି ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଆଦିତ୍ୟଙ୍କ ମାଆ ଦେଇଛନ୍ତି । ଆଦିତ୍ୟ ମୃତ୍ୟୁ ମାମଲାରେ ସାଇକୋ ଲେଡି ସଂପୃକ୍ତ ବୋଲି ଆଜି ଆଦିତ୍ୟଙ୍କ ମାଆ ବୟାନ ଦେଇଛନ୍ତି । ସଂପୃକ୍ତ ଯୁବତୀ ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିଲା ବୋଲି ଆଦିତ୍ୟଙ୍କ ମାଆ କହିଛନ୍ତି । ତରକୁ ବାହା ନ ହେଲେ ହାତ କାଟି ଆତ୍ମହତ୍ୟା କରିବି ବୋଲି ଧମକ ଦେଉଥିଲା । ବିଦ୍ୟାଶ୍ରୀ ସହ ଆଦିତ୍ୟର ନିର୍ବନ୍ଧ ହେବା ଦିନ ସେ ଖୋଲାଖୋଲି ଭାବେ ଧମକ ଦେଉଥିଲା । ସେଦିନ ସେ ହାତ ଗୋଡ଼ କାଟି ଆତ୍ମହତ୍ୟା କରିବି ବୋଲି ସେ କହିଥିଲା । ସେଦିନ ଆହୁରି ବି ଧମକ ଦେଇ କହିଥିଲା ଯେ , ଠିକ୍ ଯାଗାରେ ଠିକ୍ ଲୋକ ପହଁଚି ତତେ ମାରିବେ । ଏବେ ଆମେ ସନ୍ଦେହ କରୁଛୁ , ସେ ହିଁ ଆମ ପୁଅକୁ ହତ୍ୟାରେ ସଂପୃକ୍ତ ରହିଛି ବୋଲି ଆଦିତ୍ୟଙ୍କ ମାଆ କହିଛନ୍ତି । ଏନେଇ ଆମେ ସବୁ ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଛୁ । ଦୋଷୀକୁ ଫାଶୀ ମିଳୁ ବୋଲିସେ କହିଛନ୍ତି ।
କିଛି ଦିନ ପୂର୍ବେ ଆଦିତ୍ୟଙ୍କ ବାପା ତାଙ୍କ ପୁଅ ମୃତ୍ୟୁ ପଛରେ ସାଇକୋ ଲେଡିର ହାତ ଥାଇପାରେ ବୋଲି ସନ୍ଦେହବ୍ୟକ୍ତ କରିଥିଲେ । ଏଦିଗରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁ ନଥିବାରୁ ସେ ସିବିଆଇ ତଦନ୍ତ ଦାବି କରିଥିଲେ । ଏଥିସହ ଆଦିତ୍ୟଙ୍କ ପତ୍ନୀ ଓ ତାଙ୍କ ସହଯୋଗୀ ବିକାଶ, ପପୁ ଓ ପ୍ରୀତମଙ୍କର ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ ସରିଛି । ଗତ ଜୁଲାଇ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନରେ ଆଦିତ୍ୟଙ୍କ ମୃତ ଦେହକୁ ଜିଆରପି ପୋଲିସ ଉପସ୍ଥିତିରେ ଉଦ୍ଧାର କରାଯାଇ ତଦନ୍ତ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking