30.1 C
Bhubaneswar
Wednesday, April 24, 2024
Homeଓଡିଶାଆଦିତ୍ୟ ଦାସ୍ ମୃତ୍ୟୁ ମାମଲା ଏବେ ବି ରହସ୍ୟ ଘେରରେ

ଆଦିତ୍ୟ ଦାସ୍ ମୃତ୍ୟୁ ମାମଲା ଏବେ ବି ରହସ୍ୟ ଘେରରେ

ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ଏହି ମାମଲାର ପର୍ଦ୍ଦାଫାସ ହୋଇପାରି ନାହିଁ । କିନ୍ତୁ ଏହାର ଜୋରଦାରରେ ତଦନ୍ତ ଜାରି ରହିଛି । ଆଦିତ୍ୟଙ୍କ ଫେସବୁକରେ ହୋଇଥିବା ଶେଷ ପୋଷ୍ଟକୁ ନେଇ ଛାନଭିନ ଜାରି ରହିଛି ।ଏନେଇ ଫେସବୁକକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ । କାହା ମୋବାଇଲରେ ପୋଷ୍ଟିଂ ହୋଇଥିଲା ସେନେଇ ଯାଞ୍ଚ ଚାଲିଛି । କାରଣ ବିଦ୍ୟାଶ୍ରୀ ମଧ୍ୟ ତାଙ୍କ ଫେସବୁକ୍ ପାସୱାର୍ଡ଼ ଜାଣିଥିଲେ । ଏହାସହ ୧୦ମାସର କଲ ଡିଟେଲ୍ସ ବାହାର କରିବାକୁ ଚେଷ୍ଟା ଜାରି ରହିଛି ।
ଅନ୍ୟପଟେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ବୃଦ୍ଧାଶ୍ରମ ଅନ୍ତେବାସୀ । କ୍ରାଇମବ୍ରାଞ୍ଚ ତଦନ୍ତରେ ସେମାନେ ସନ୍ତୁଷ୍ଟ ନାହାଁନ୍ତି ବୋଲି କହିଛନ୍ତି । ସିବିଆଇ ତଦନ୍ତ ହେଲେ ପ୍ରକୃତ କଥା ପଦାକୁ ଆସିବ । ଆଦିତ୍ୟଙ୍କ ମୃତ୍ୟୁର ୪୫ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ ରହିଛି । ଏହାସହ ସିସିଟିଭି ଓ ୬ମାସର କଲ ରେକର୍ଡ଼ ଯାଞ୍ଚ ହେଉ ବୋଲି ସେମାନେ ଦାବି କରିଛନ୍ତି ।
ଏହାସହ ତାଙ୍କ ଡାଏରୀରୁ ମିଳିଥିବା ଡ଼େଟ ନୋଟ ତାଙ୍କ ହ୍ୟାଣ୍ଡରାଇଟିଂ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲା ହ୍ୟାଣ୍ଡରାଇଟିଂ ବ୍ୟୁରୋ ।
ଉଲ୍ଲେଖଯୋଗ୍ୟ ଯେ ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରୁ ମିଳିଥିଲା । ଏଥିସହିତ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking