30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗସମାଜ ସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲା; ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ ବିଦ୍ୟାଶ୍ରୀ

ସମାଜ ସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲା; ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ ବିଦ୍ୟାଶ୍ରୀ

ଭୁବନେଶ୍ୱର : ସମାଜ ସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ନୂଆ ମୋଡ଼ । ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ । ଏହି ମାମଲାର ସିବିଆଇ ତଦନ୍ତ ନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଦ୍ୟାଶ୍ରୀ । ଅନ୍ୟପଟେ ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ ବିଦ୍ୟାଶ୍ରୀଙ୍କ ମା କହିଛନ୍ତି । ସିବିଆଇ ତଦନ୍ତ ହେଲେ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି ।

ଆଦିତ୍ୟଙ୍କ ମୃତ୍ୟୁକୁ କିଛି ଦିନ ବିତି ଯାଇଥିଲେ ମଧ୍ୟ ମାମଲାର ପର୍ଦ୍ଦାଫାସ ହୋଇ ପାରିନାହିଁ । ଏହି ମାମଲାର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ତେଣୁ ଶୀର୍ଷରେ ପହଞ୍ଚିବା ନେଇ ବହୁ ପ୍ରକାର ପ୍ରଚେଷ୍ଟା ଜାରି ରହିଛି । ଗତକାଲି ବିଦ୍ୟାଶ୍ରୀଙ୍କ ଲାଏ ଡିଟେକସନ ଟେଷ୍ଟ ହୋଇଥିବା ବେଳେ ଆଜି ପିପୁଲ ଫର ସେବାର ୩ଜଣଙ୍କ ଲାଏ ଡିଟେକସନ ଟେଷ୍ଟ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରୁ ମିଳିଥିଲା । ଏଥିସହିତ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking