26.1 C
Bhubaneswar
Friday, March 29, 2024
Homeମନୋରଞ୍ଜନଆଦିପୁରୁଷର ଫାଷ୍ଟ ଲୁକ ରିଲିଜ: ଭଗବାନ ରାମଙ୍କ ଯୋଦ୍ଧା ଅବତାରରେ ନଜର ଆସିଲେ ସୁପରଷ୍ଟାର ପ୍ରଭାସ

ଆଦିପୁରୁଷର ଫାଷ୍ଟ ଲୁକ ରିଲିଜ: ଭଗବାନ ରାମଙ୍କ ଯୋଦ୍ଧା ଅବତାରରେ ନଜର ଆସିଲେ ସୁପରଷ୍ଟାର ପ୍ରଭାସ

ମୁମ୍ବାଇ:ବହୁପ୍ରତିକ୍ଷିତ ଆଦିପୁରୁଷ ଚଳଚିତ୍ରକୁ ନେଇ ବଡ ଖବର ଆସିଛି । ଆଦିପୁରୁଷର ନିର୍ଦ୍ଦେଶକ ଟୁଇଟ କରି ରିଲିଜ ଡେଟ ଜଣାଇଛନ୍ତି । ନିର୍ଦ୍ଦେଶକ ଓମ ରାଉତ ଟ୍ୱିଟରରେ ଫିଲ୍ମର ଟିଜରର ରିଲିଜ ଘୋଷଣା କରି ଲେଖିଛନ୍ତି, “ଆରମ୍ଭ … ଉତ୍ତରପ୍ରଦେଶର ଅଯୋଧ୍ୟାରେ ସାରୁ ନଦୀ କୂଳରେ ଆମର ଯାଦୁକରୀ ଯାତ୍ରା ଆରମ୍ଭର ଏକ ଅଂଶ ହୁଅ,ଫିଲ୍ମର ପ୍ରଥମ ପୋଷ୍ଟର ଏବଂ ଟିଜର ଅକ୍ଟୋବର ୨ରେ ସନ୍ଧ୍ୟା ୭.୧୧ ରେ ମୁକ୍ତିଲାଭ କରିବ । ଏହି ଫିଲ୍ମ ୧୨ଜାନୁୟାରୀ ୨୦୨୩ରେ ରିଲିଜ୍ ହେବ । ଓମ ରାଉତ ତାଙ୍କ ଟ୍ୱିଟରେ ଫିଲ୍ମର ପାଞ୍ଚଟି ପୋଷ୍ଟର ମଧ୍ୟ ସେୟାର କରିଛନ୍ତି । ଆଦିପୁରୁଷ ଏକ ପାନ ଇଣ୍ଡିଆ ଚଳଚ୍ଚିତ୍ର ଏବଂ ହିନ୍ଦୀ ବ୍ୟତୀତ ଏହା ଦକ୍ଷିଣର କେତେକ ଭାଷାରେ ମଧ୍ୟ ରିଲିଜ ହେବ ।

ସୋସିଆଲ ମିଡିଆ ୟୁଜର୍ସମାନେ ଫିଲ୍ମର ପୋଷ୍ଟକୁ ବହୁତ ପସନ୍ଦ କରୁଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଦିପୁରୁଷ ଫିଲ୍ମର ବଜେଟ୍ ପ୍ରାୟ ୫୦୦ କୋଟି ଟଙ୍କା । ଗୋଟିଏ ପଟେ ପ୍ରଭାସଙ୍କୁ ପ୍ରଭାସ ରାମଙ୍କ ଭୂମିକାରେ ଦେଖିବାକୁ ମିଳିଥିବା ବେଳେ ସୈଫ୍ ଅଲି ଖାନଙ୍କୁ ରାବଣର ଚରିତ୍ରରେ ଅଭିନୟ କରୁଛନ୍ତି । ଫିଲ୍ମରୁ ସମସ୍ତଙ୍କର ବହୁତ ଆଶା ଅଛି ଏବଂ କୁହାଯାଉଛି ଯେ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking