39.2 C
Bhubaneswar
Thursday, April 18, 2024
Homeଓଡିଶାଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

ଭୁବନେଶ୍ୱର : ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି ହେବ। ରଥାରୁଢ ଦିଅଁଙ୍କ ପାଖରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଅଧର ପଣା ଉଚ୍ଚ ହାଣ୍ଡିରେ ଲାଗି ହେବ । ରଥରେ ଅବସ୍ଥାନ କରୁଥିବା ଚଣ୍ଡି-ଚାମୁଣ୍ଡାଙ୍କ ଶାନ୍ତି ପାଇଁ ମହାପ୍ରଭୁଙ୍କ ଏହି ନିିିିିଆରା ନୀତି କରାଯାଇଥାଏ।
ସିଂହଦ୍ୱାର ନିକଟସ୍ଥ ବଡ଼ଛାଉଣୀ ମଠ କୂଅରୁ ଜଳ ନେଇ ସେଥିରେ କ୍ଷୀର, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ପଣା ପ୍ରସ୍ତୁତ କରାଯାଇଥାଏ । ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନିରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହାକୁ ଭଙ୍ଗାଯାଇଥାଏ । ଏହି ପଣା ରଥଯାତ୍ରାରେ ଯାଇଥିବା ସମସ୍ତ ପାର୍ଶ୍ୱ ଦେବଦେବୀଙ୍କ ସମେତ ଭୋଗ ପାଇବା ପାଇଁ ଯାଇଥିବା ଚଣ୍ଡୀ, ଚାମୁଣ୍ଡାଙ୍କୁ ଉତ୍ସର୍ଗ କରାଯାଇଥାଏ । ଗତ କାଲି ମହାପ୍ରଭୁଙ୍କ ସୁନାବେଶ ହୋଇଥିଲା। ରଥରେ ମହଣ ମହଣ ସୁନାରେ ସଜେଇ ହୋଇ ମହାପ୍ରଭୁ ଦର୍ଶନ ଦେଇଥିଲେ।

ରାଉରକେଲାରେ ବାହୁଡ଼ା ଯାତ୍ରା ସମ୍ପନ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking