34.1 C
Bhubaneswar
Thursday, April 25, 2024
Homeବିଜିନେସ୍ଧନୀ ତାଲିକାରେ ୪ର୍ଥକୁ ଖସିଲେ ଅଦାନୀ

ଧନୀ ତାଲିକାରେ ୪ର୍ଥକୁ ଖସିଲେ ଅଦାନୀ

ୱାଶିଂଟନ: ଆମେରିକାର ଫୋର୍ବସ ପତ୍ରିକା ପକ୍ଷରୁ ସଦ୍ୟ ପ୍ରକାଶିତ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ଭାରତୀୟ ଶିଳ୍ପପତି ଗୌତମ ଅଦାନୀ ୪ର୍ଥ ସ୍ଥାନକୁ ଖସିଛନ୍ତି । ଅଦାନୀଙ୍କ ମୋଟ ସମ୍ପତ୍ତିର ପରିମାଣ ୧୩୯.୧ ବିଲିୟନ ଡଲାର । କିଛି ସପ୍ତାହ ପୂର୍ବେ ଅଦାନୀ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲେ ସୁଦ୍ଧା ବେଶିଦିନ ତିଷ୍ଠି ପାରିନାହାନ୍ତି । ଅପରପକ୍ଷରେ ୧୪୧.୪ ବିଲିୟନ ଡଲାର ସମ୍ପତ୍ତି ସହ ଆମାଜନ ମାଲିକ ଜେଫ୍ ବେଜୋସ୍ ତାଲିକାର ୨ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଟେସ୍‌ଲା ସିଇଓ ଏଲୋନ୍ ମସ୍କ୍ (୨୬୩.୨ ବିଲିୟନ ଡଲାର) ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବର୍ନାଡ୍ ଆର୍ନଲ୍ଟ (୧୪୦.୪ ବିଲିୟନ ଡଲାର) ୩ୟ ସ୍ଥାନରେ ରହିଛନ୍ତି ।

ବେଙ୍ଗାଲୁରୁରେ ରିଲାଏନ୍ସର ପ୍ରଥମ ଫ୍ୟାସନ୍ ଷ୍ଟୋର
ବେଙ୍ଗାଲୁରୁ:ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍ ପକ୍ଷରୁ ବେଙ୍ଗାଲୁରୁରେ ପ୍ରଥମ ଫ୍ୟାସନ୍ ଷ୍ଟୋର ‘ଆଜୋର୍ତେ’ ଉଦ୍‌ଘାଟିିତ ହୋଇଛି । ଭାରତୀୟ ଫ୍ୟାସନ ମାର୍କେଟ୍‌ରେ ରାଜୁତି ଚଳାଇଥିବା ସ୍ପେନର ‘ମ୍ୟାଙ୍ଗୋ’, ‘ଜାରା’ ଓ ଚୀନ୍‌ର ‘ଜେନ୍ ଜେଡ୍‌’ ଭଳି ଘରୋଇ ଓ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କମ୍ପାନୀ ସହ ପ୍ରତିଦ୍ୱନ୍ଦ୍ୱିତା କରିବାରେ ଆଜୋର୍ତା ସକ୍ଷମ ହେବ ବୋଲି ରିଲାଏନ୍ସ ରିଟେଲ କମ୍ପାନୀର ସିଇଓ ଅଖିଳେଶ ପ୍ରସାଦ ଆଶାବ୍ୟକ୍ତ କରିଛନ୍ତି । ଆଗାମୀ ଏକବର୍ଷ ମଧ୍ୟରେ ରିଲାଏନ୍ସ କମ୍ପାନୀ ଗ୍ରୋସେରୀ, ବ୍ରାଣ୍ଡେଡ୍ ଗୃହପୋକରଣ ସାମଗ୍ରୀ ଏବଂ ପ୍ରସାଧନ ସାମଗ୍ରୀ ବ୍ୟବସାୟରେ ପ୍ରବେଶ ଲକ୍ଷ୍ୟ ରଖିଛି । ରିଲାଏନ୍ସ ଫ୍ୟାସନ୍ ବ୍ୟବସାୟକୁ ମୁକେଶଙ୍କ କନ୍ୟା ଈଶା ବୁଝାବୁଝି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking