27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସିମେଣ୍ଟ ସାମ୍ରାଜ୍ୟରେ ଅଦାନୀ ପିତା-ପୁତ୍ରଙ୍କ ଆଧିପତ୍ୟ: ଅମ୍ବୁଜାରେ ଗୌତମ, ଏସିସିରେ କରନ୍ ଅଧ୍ୟକ୍ଷ

ସିମେଣ୍ଟ ସାମ୍ରାଜ୍ୟରେ ଅଦାନୀ ପିତା-ପୁତ୍ରଙ୍କ ଆଧିପତ୍ୟ: ଅମ୍ବୁଜାରେ ଗୌତମ, ଏସିସିରେ କରନ୍ ଅଧ୍ୟକ୍ଷ

ମୁମ୍ବାଇ: ବନ୍ଦର ଓ ଏୟାରପୋର୍ଟ ପରେ ଅଦାନୀ ଗ୍ରୁପ୍ ବର୍ତ୍ତମାନ ଦେଶରେ ସିମେଣ୍ଟ ସାମ୍ରାଜ୍ୟକୁ କବ୍‌ଜା କରିଛନ୍ତି । ଶୁକ୍ରବାର ଅମ୍ବୁଜା ଓ ଏସିସି ସିମେଣ୍ଟ କମ୍ପାନୀର ପରିଚାଳନା ବୋର୍ଡ ପୁନର୍ଗଠନ କରାଯାଇଛି । ବିଶ୍ୱର ତୃତୀୟ ବିତ୍ତଶାଳୀ ଶିଳ୍ପୋଦ୍ୟୋଗୀ ଗୌତମ ଅଦାନୀ ଅମ୍ବୁଜା ସିମେଣ୍ଟର ଅଧ୍ୟକ୍ଷ ମନୋନୀତ ହୋଇଥିବାବେଳେ ତାଙ୍କ ଜ୍ୟେଷ୍ଠ ପୁତ୍ର କରନ୍‌ଙ୍କୁ ଏସିସି ସିମେଣ୍ଟ୍‌ର ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯାଇଛି । ଅଦାନୀ ଗ୍ରୁପ୍ ନିକଟରେ ଅମ୍ବୁଜା ସିମେଣ୍ଟ କମ୍ପାନୀରେ ସ୍ୱିସ୍ ସଂସ୍ଥା ହୋଲସିିମ୍‌ର ୧.୪ ବିଲିୟନ ଡଲାର ଅଂଶଧନ କିଣିବାପରେ ପରିଚାଳନା ବୋର୍ଡର ଅଧ୍ୟକ୍ଷ ପଦ ଗୌତମଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏସିସି ପରିଚାଳନା ବୋର୍ଡରୁ ହୋଲସିମ୍ ପ୍ରତିନିଧିଙ୍କୁ ହଟାଇ ଦିଆଯାଇଥିବାବେଳେ କରନ୍‌ଙ୍କୁ ଅମ୍ବୁଜାର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ଦିଆଯାଇଛି । ଅଦାନୀ ଗ୍ରୁପ୍ ବର୍ତ୍ତମାନ ଅମ୍ବୁଜା ସିମେଣ୍ଟର ପରିସୀମା ବୃଦ୍ଧି କରିବା ଲକ୍ଷ୍ୟରେ ଅତିରିକ୍ତ ୨୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଯାଉଛି । ୨୦୩୦ ସୁଦ୍ଧା ଅମ୍ବୁଜାକୁ ଦେଶର ନମ୍ବର ୱାନ ସିମେଣ୍ଟ କମ୍ପାନୀଭାବେ ପ୍ରତିଷ୍ଠିତ କରାଯିବ ବୋଲି ଗୌତମ କହିଛନ୍ତି । ଏଥିପାଇଁ ଦୁଇଟି କମ୍ପାନୀରେ ପୃଥକ ବିଶେଷଜ୍ଞ କମିଟି ମଧ୍ୟ ଗଠନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking