ମୁମ୍ବାଇ: ଆସନ୍ତା ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ । ଗୁଜୁରାଟ ଜିଆଣ୍ଟସ ନାମରେ ଫ୍ରାଞ୍ଚାଇଜି କିଣିଛି ଆଦାନୀ ସ୍ପୋର୍ଟସଲାଇନ । ତେବେ ଟୁର୍ଣ୍ଣାମେଣ୍ଟ ପାଇଁ ଫେବୃଆରୀ ୧୩ ତାରିଖରେ ନିଲାମୀ ହେବାକୁ ଯାଉଛି । କିନ୍ତୁ ଏହାପୂର୍ବରୁ ଟିମ ମ୍ୟାନେଜମେଣ୍ଟ ଦଳର କୋଚିଂ ଷ୍ଟାଫ ଚୟନ କରିସାରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ରାଚିଲ ହେନସ ଗୁଜୁରାଟ ଜିଆଣ୍ଟସ ଦଳର ମୁଖ୍ୟ କୋଚ ଭାବରେ ନିଯୁକ୍ତି ପାଇଛନ୍ତି । ସେହିପରି ଲିଗର ପ୍ରଥମ ସଂସ୍କରଣରେ ଭାରତୀୟ ସ୍ପିନର ନୁସିନ ଅଲ ଖାଦିରଙ୍କୁ ବୋଲିଂ କୋଚ ଏବଂ ତୁସାର ଅରୋଥଙ୍କୁ ବ୍ୟାଟିଂ କୋଚ ରୂପରେ ନିୟୋଜିତ କରିଛି ଗୁଜୁରାଟ ଜିଆଣ୍ଟସ । ଗଭନ ଟ୍ୱିନିଙ୍ଗ ଲିଗର ପ୍ରଥମ ସଂସ୍କରଣରେ ଦଳରେ ଫିଲ୍ଡିଙ୍ଗ କୋଚ ଭୂମିକାରେ ରହିବେ । ତେବେ ଦଳରେ ମେଣ୍ଟର ଭାବେ ଖଳାଳିଙ୍କୁ ପ୍ରୋତ୍ସାହିତ କରିବେ ଭାରତର ପୂର୍ବତନ କ୍ରିକେଟର ମିଥାଲି ରାଜ ।
ସୂଚନା ଅନୁସାରେ, ଆଇସିସି ଅଣ୍ଡର-୧୯ ଟି-୨୦ ବିଶ୍ୱକପ ବିଜେତା ଭାରତୀୟ ଦଳର କୋଚ ଦାୟିତ୍ୱରେ ରହିଥିଲେ ନୁସିନ । ଏହାବ୍ୟତୀତ ଗତବର୍ଷ ମୁଖ୍ୟ କୋଚ ଭାବେ ସେ ମେନ୍ସ ଟି-୨୦ ଚାଲେଞ୍ଜରେ ମଧ୍ୟ ଚମ୍ପିଆନ ହୋଇଥିଲା । ପ୍ରଥମ ବର୍ଷରେ ହିଁ ବିଶ୍ୱ ବିଜେତାଙ୍କୁ ନେଇ ନୂଆ ଦଳ ଗଠନ କରିଛି ଗୁଜୁରାଟ । ତେବେ ମହିଳା ପ୍ରିମିୟର ଲିଗର ଚମ୍ପିଆନ ମୁକୁଟ କିଏ ପିନ୍ଧିବ ତାହା ମାର୍ଚ୍ଚ ୨୬ ତାରିଖରେ ଜଣାପଡିବ ।