31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶ୩୩ ବର୍ଷରେ ଚାଲିଗଲେ ମାଲାୟାଲମ୍ ଅଭିନେତ୍ରୀ ସରନ୍ୟା ଶଶି

୩୩ ବର୍ଷରେ ଚାଲିଗଲେ ମାଲାୟାଲମ୍ ଅଭିନେତ୍ରୀ ସରନ୍ୟା ଶଶି

ନୂଆଦିଲ୍ଲୀ : ମାଲାୟାଲମ୍ ଅଭିନେତ୍ରୀ ସରନ୍ୟା ଶାଶି ଦୁନିଆକୁ ବିଦାୟ ଦେଇଛନ୍ତି । ଗୋଟିଏ ପଟେ ତାଙ୍କ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ସରନ୍ୟାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ବେଳେ ଅନ୍ୟପଟେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ମଧ୍ୟ ଅଭିନେତ୍ରୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅଭିନେତ୍ରୀଙ୍କ ମୃତ୍ୟୁକୁ ସମବେଦନା ଜଣାଇ କହିଛନ୍ତି, ‘ସରନ୍ୟା ସାହସର ସହିତ ଏହି ରୋଗ ସହ ଲଢିଥିଲେ ।’

୩୩ ବର୍ଷୀୟା ସରନ୍ୟା ଦୀର୍ଘ ସମୟ ଧରି ବ୍ରେନ୍ ଟ୍ୟୁମର ସହିତ ଲଢୁଥିଲେ, ସେ ଅନେକ ଥର ସର୍ଜରୀ କରାଇଥିଲେ । ଏଥି ସହିତ, ଟ୍ୟୁମରର ଚିକିତ୍ସା ମଧ୍ୟରେ ସେ ଚଳିତ ବର୍ଷ ମେ ମାସରେ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲେ। ସଂକ୍ରମଣରୁ ସୁସ୍ଥ ହେବା ସତ୍ତ୍ୱେ ତାଙ୍କ ଅବସ୍ଥା ବିଗିଡି ଯାଉଥିଲା। ସୂଚନା ଅନୁଯାୟୀ, କୋଭିଡର ଜଟିଳତା ହେତୁ ସରନ୍ୟାଙ୍କ ମୃତ୍ୟୁ ହୋଇଛି ।

ସରନ୍ୟା କନ୍ନୁର ଜିଲ୍ଲାର ବାସିନ୍ଦା ଥିଲେ ଏବଂ ସେ କିଛି ଫିଲ୍ମରେ କାମ କରିଥିଲେ । ସେ କେରଳର ଜଣେ ଲୋକପ୍ରିୟ ଟିଭି କଳାକାର ଥିଲେ। ଯେତେବେଳେ ସରନ୍ୟା ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ, ସେତେବେଳେ ତାଙ୍କ ବନ୍ଧୁ ଏବଂ ଫ୍ୟାନ୍ସମାନେ ତାଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking