34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପ୍ଲାଷ୍ଟିକ୍ ସର୍ଜରୀ କରି ପ୍ରାଣ ହରାଇଲେ ଅଭିନେତ୍ରୀ

ପ୍ଲାଷ୍ଟିକ୍ ସର୍ଜରୀ କରି ପ୍ରାଣ ହରାଇଲେ ଅଭିନେତ୍ରୀ

ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ଚେତନା ରାଜ (୨୧) ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମେଦ ବହୁଳତା ପାଇଁ ସେ ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ବେଙ୍ଗାଲୁରୁର ଏକ ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, ଏହି ଅଭିନେତ୍ରୀଙ୍କୁ ମେ ୧୬ ରେ ସକାଳୁ ଅପରେସନ୍ କରାଯାଇଥିଲା। ସେ ଅସ୍ତ୍ରୋପଚାର ବିଷୟରେ ନିଜ ପିତାମାତାଙ୍କୁ କଦାପି ଜଣାଇ ନଥିଲେ ଏବଂ ତାଙ୍କ ସାଙ୍ଗମାନଙ୍କ ସହିତ ଡାକ୍ତରଖାନାକୁ ଯାଇଥିଲେ। ସନ୍ଧ୍ୟାରେ ଅଭିନେତ୍ରୀ ଫୁସଫୁସରେ କିଛି ତରଳ ପଦାର୍ଥ ଜମା ହେବା ଆରମ୍ଭ ହୋଇଥିବା ବେଳେ ସେସବୁର ଅସ୍ତ୍ରୋପଚାର କରିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା । ଆଉ ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ୨୧ ବର୍ଷୀୟ ଅଭିନେତ୍ରୀଙ୍କ ପିତାମାତା ଏଥିପାଇଁ ଡାକ୍ତରମାନଙ୍କୁ ଚିକିତ୍ସା ଅବହେଳା ପାଇଁ ତାଙ୍କ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଏହାକୁ ଭିତ୍ତି କରି ଅଭିନେତ୍ରୀଙ୍କ ଅଭିଭାବକଙ୍କ ପକ୍ଷରୁ ନିକଟସ୍ଥ ପୋଲିସ ଷ୍ଟେସନରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଚେତନାଙ୍କ ମୃତଦେହ ବର୍ତ୍ତମାନ ଡାକ୍ତରଖାନାରେ ରହିଥିବା ବେଳେ ଆସନ୍ତାକାଲି ସକାଳେ ରାମାୟା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ ଓଜନ ହ୍ରାସ କରିବା ପାଇଁ ଅସ୍ତ୍ରୋପଚାର ଏବଂ ଡାଏଟ୍ ରେଜିମ୍ କେତେକ ସମୟରେ ସାଂଘାତିକ ହୋଇପାରେ ତାର ଉଦାହରଣ ପୂର୍ବରୁ ସାଜିଛନ୍ତି ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀ । ସେ ଅନୁସରଣ କରୁଥିବା କେଟୋ ଡାଏଟ୍ ଦ୍ୱାରା କିଡନୀ ବିଫଳତା ହେତୁ ମୃତ୍ୟୁ ବରଣ କରିଥିଲେ । ଅକ୍ଟୋବର ୨, ୨୦୨୦ ରେ, ଅନେକ ଚଳଚ୍ଚିତ୍ର ଏବଂ ମ୍ୟୁଜିକ୍ ଭିଡିଓରେ କାମ କରିଥିବା ମିଶ୍ର ମୁଖାର୍ଜୀ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ। ରିପୋର୍ଟ ଅନୁଯାୟୀ, ସେ କିଡନୀ ରୋଗରେ ପୀଡିତ ଥିଲେ। ସେ ୨୦୧୨ ରେ ଲାଇଫ୍ କି ତୋ ଲାଗ ଗାଇ ଚଳଚ୍ଚିତ୍ରରେ ବଲିଉଡରେ ଡେବ୍ୟୁ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking