30.1 C
Bhubaneswar
Wednesday, April 24, 2024
Homeଓଡିଶାଭାରତୀୟ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଲେ ସବ୍ୟସାଚୀ

ଭାରତୀୟ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଲେ ସବ୍ୟସାଚୀ

ଭୁବନେଶ୍ୱର : ଟୋକିଓ ଆଲମ୍ପିକ୍ସରେ ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତୀୟ ମହିଳା ହକି ଦଳ ଏବଂ ଆର୍ଜେଣ୍ଟିନା । ସମସ୍ତ କ୍ରୀଡ଼ାବିତ ଙ୍କୁ ସବୁ ଆଡୁ ଛୁଟୁଛି ଶୁଭେଚ୍ଛା ର ସୁଅ । ଏନେଇ ଓଡ଼ିଆ ଚଳଚ୍ଚିତ୍ର ତାରକା ସବ୍ୟସାଚି ମିଶ୍ର ଟୋକିଓ ଅଲମ୍ପିକରେ ଅଂଶଗ୍ରହଣ କରିଥିବା ସମସ୍ତ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ପ୍ରଥମଥର ମହିଳା ହକି ଦଳ ଅଲମ୍ପିକର ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ସେମାନଙ୍କୁ ପ୍ରଶଂସା କରିବା ସହ ସୁନା ଝିଅ ମାନେ ଦେଶ ପାଇଁ ସୁନା ପଦକ ଜିତି ଗୌରବ ଆଣିବାକୁ କହିଛନ୍ତି । ଆଗାମୀ ଦିନରେ ଦେଶର ଖେଳର ବିକାଶ ପାଇଁ ତୃଣମୂଳସ୍ତରରୁ ସୁଧାର ଅଣାଯିବା ଆଵଶ୍ୟକ ବୋଲି କହିଛନ୍ତି ଅଭିନେତା ସବ୍ୟସାଚି। ସେହିପରି ଭବିଷ୍ୟତର ଯୁବପୀଢ଼ିଙ୍କୁ ଅଧିକ କ୍ରୀଡା ପ୍ରତି ଆକର୍ଷିତ କରିବାକୁ ହେଲେ ଖେଳାଳିଙ୍କ ଜୀବନ,ସଂଘର୍ଷ ଓ ସଫଳତାର କାହାଣୀକୁ ଅଧିକ ମାତ୍ରାରେ ପ୍ରଚାର କରାଯିବା ଆବଶ୍ୟକ ବୋଲି କହିଛନ୍ତି ସବ୍ୟସାଚି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking