29.4 C
Bhubaneswar
Thursday, April 18, 2024
Homeଦେଶ ବିଦେଶଚଣ୍ଡିଗଡ଼ ଭିଡିଓ ଭାଇରାଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୨ ୱାର୍ଡେନ ନିଲମ୍ବିତ

ଚଣ୍ଡିଗଡ଼ ଭିଡିଓ ଭାଇରାଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୨ ୱାର୍ଡେନ ନିଲମ୍ବିତ

ମୋହାଲି: ପଞ୍ଜାବର ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଏମଏମଏସ ଭିଡିଓ ଭାଇରାଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ । ମୋହାଲିରେ ଛାତ୍ରୀମାନଙ୍କ ଭାଇରାଲ୍ ଭିଡିଓ ମାମଲା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ହଷ୍ଟେଲର ଦୁଇ ୱାର୍ଡେନଙ୍କୁ ନିଲମ୍ବିତ କରିଦେଇଛି । ଏମାନଙ୍କ ମଧ୍ୟରେ ଜଣେ ୱାର୍ଡେନ ଭାଇରାଲ୍ ହୋଇଥିବା ଭିଡିଓରେ ନଜର ଆସିଥିଲେ, ଯିଏକି ଅଭିଯୁକ୍ତ ଛାତ୍ରୀଙ୍କୁ ଭର୍ତ୍ସନା କରୁଥିଲେ । ଏଥିସହିତ କ୍ୟାମ୍ପସକୁ ଛଅ ଦିନ ପାଇଁ ବନ୍ଦ କରିଦିଆଯାଇଛି । ସୂଚନାଥାଉକି, ଜଣେ ଛାତ୍ରୀ ନିଜ ସହପାଠୀ ଛାତ୍ରୀଙ୍କ ଗାଧୋଇବା ସମୟର ୫୦ ରୁ ୬୦ ଭିଡିଓ କ୍ଲିପ ରେକର୍ଡ କରି ବଏଫ୍ରେଣ୍ଡକୁ ପଠାଇଥିଲା ।

ଏହାପରେ ଉକ୍ତ ଯୁବକ ଜଣଙ୍କ ଭିଡିଓ କ୍ଲିପଗୁଡିକୁ ସାମାଜିକ ଗଣମାଧ୍ୟମରେ ଅପଲୋଡ କରିଦେଇଥିଲା । ଯାହାପରେ ଘଟଣାକୁ ନେଇ ତୁମୁଳାକାଣ୍ଡ ଘଟିଥିଲା । ଅନେକ ଛାତ୍ରୀ ଲୋକଲଜ୍ୟା ଡରରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ନ୍ୟାୟ ଦାବିରେ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଛାତ୍ରୀ ଓ ସିମଲାର ଜଣେ ଯୁବକଙ୍କୁ ପୋଲିସ ଗିରଫ କରି ପଚରା ଉଚରା କରୁଛି । ଛାତ୍ରଛାତ୍ରୀମାନଙ୍କ ସବୁ ଦାବି ପ୍ରଶାସନ ମାନିବା ପରେ ଗତକାଲି ବିଳମ୍ବିତ ରାତିରେ ଆନ୍ଦୋଳନ ସମାପ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking