40.1 C
Bhubaneswar
Wednesday, April 24, 2024
Homeଓଡିଶାସ୍ୱତନ୍ତ୍ର ଡ୍ରାଇଭ୍‌ରେ ରାଜ୍ୟରେ ୧୨୮୮ଟି ସ୍କୁଲବସ୍ ଉପରେ କାର୍ଯ୍ୟାନୁଷ୍ଠାନ

ସ୍ୱତନ୍ତ୍ର ଡ୍ରାଇଭ୍‌ରେ ରାଜ୍ୟରେ ୧୨୮୮ଟି ସ୍କୁଲବସ୍ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱରରେ ଧରାପଡିଲେ ସର୍ବାଧିକ ୨୪୩ଟି ଗାଡି
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍କୁଲରେ ପିଲାଙ୍କୁ ନେବା ଆଣିବା କରୁଥିବା ସ୍କୁଲବସ୍‌ରେ ପିଲାଙ୍କ ସୁରକ୍ଷାକୁ ନେଇ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଡ୍ରାଇଭ କାର୍ଯ୍ୟକ୍ରମ । ୬ଦିନର ଏହି ଧରପଗଡ ବ୍ୟବସ୍ଥାରେ ରାଜ୍ୟର ବିଭିନ୍ନ ଜିଲ୍ଳାରେ ମୋଟ୍ ୧୨୮୮ଟି ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେଥିରୁ ୪୪୦ଟି ବସ୍ ଥିବା ବେଳେ ୫୦୩ଟି ଟାଟା ମେଜିକ/ଭାନ୍ ଏବଂ ୩୪୫ଟି ଅଟୋରିକ୍ସା ରହିଛି । ଯାଞ୍ଚ ସମୟରେ ଧରାପଡିଥିବା ସ୍କୁଲଗାଡିଗୁଡିକ ମଧ୍ୟରୁ ୪୫୭ଟି ଗାଡିର ପରମିଟ୍ ନଥିବା ବେଳେ ୬୭୭ଟି ଗାଡିର ଇନ୍ସ୍ୟୁରାନ୍ସ ନଥିଲା । ସେହିପରି ୨୮୦ଟି ଗାଡିର ପିୟୁସି ନଥିଲା ।

୧୨୧ଟି ଗାଡିର ଟ୍ୟାକ୍ସ ଏବଂ ୩୬୮ଟି ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ନଥିବା ଜଣାପଡ଼ିଥିଲା । ତେବେ ରାଜ୍ୟରେ ଭୁବନେଶ୍ୱରରେ ସର୍ବାଧିକ ୨୪୩ଟି ସ୍କୁଲ ବସ ଉପରେ ଜରିମାନା ଲାଗୁ କରାଯାଇଥିଲା । ସେଥିରୁ ଆରଟିଓ-୧ ଅଧିନରେ ୧୫୪ଟି ଏବଂ ଆର୍‌ଟିଓ-୨ ଅଧିନରେ ୮୯ଟି ଗାଡି ରହିଥିବା ଜଣାପଡ଼ିଛି । ସେହିପରି ବାଲେଶ୍ୱରରେ ୪୨ଟି ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଖୋର୍ଦ୍ଧା ୩୭, କଟକ ୮୪, ଚଣ୍ଡିଖୋଲ ୩୮, ମୟରଭଞ୍ଜ ୪୬, ରାଇରଙ୍ଗପୁର ୧୦, ଭଦ୍ରକ ୨୭, ଜଗତସିଂପୁର ୩୪, ନୟାଗଡ ୨୫, ପୁରୀ ୪୦, କେନ୍ଦ୍ରାପଡା ୩୬, ଯାଜପୁର ୩୫, ରାଉରକେଲା ୫୬, ଅନୁଗୁଳ ୨୩, କେନ୍ଦୁଝର ୫୦, ବଡବିଲ ୧୪, ଝାରସୁଗୁଡା ୧୪, ସମ୍ବଲପୁର ୩୭, ବରଗଡ ୨୬, ତାଳଚେର ୩୯, ଢ଼େଙ୍କାନାଳ ୩୦, ସୁନ୍ଦରଗଡ ୧୩, ବଲାଙ୍ଗିର ୪୩, ସୋନପୁର ୧୯, ଦେବଗଡ ୧୧, ଗଞ୍ଜାମ ୨୩, ରାୟଗଡା ୧୪, କୋରାପୁଟ ୩୭, କଳାହାଣ୍ଡି ୨୫, ଫୁଲବାଣୀ ୩୩, ବୌଦ୍ଧ ୯, ଗଜପତି ୨୬, ନୂଆପଡା ୧୬, ନବରଙ୍ଗପୁର ୮, ମାଲକାନଗିରି ୨ ଏବଂ ଭଞ୍ଜନଗରରେ ୨୩ଟି ବସ୍ ସ୍କୁଲ ସ୍ୱତନ୍ତ୍ର ଡ୍ରାଇଭରେ ଯାଞ୍ଚ ସମୟରେ ଧରାପଡିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking