33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଏଣିକି ରେଳ ଯାତ୍ରାରେ ବାଣ ମନା, ନିୟମ ଉଲ୍ଲଂଘନ କଲେ ଜେଲ୍‌

ଏଣିକି ରେଳ ଯାତ୍ରାରେ ବାଣ ମନା, ନିୟମ ଉଲ୍ଲଂଘନ କଲେ ଜେଲ୍‌

ନୂଆଦିଲ୍ଲୀ : ଭାରତୀୟ ରେଲେଓ୍ଵ (IRCTC) ଯାତ୍ରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରେନ୍‌ରେ କୌଣସି ବି ପ୍ରକାରର ଜ୍ୱଳନଶୀଳ ପଦାର୍ଥ ନେଇଯିବା ତଥା ଏହା ସହିତ ଯାତ୍ରା କରିବା କଡ଼ାକଡ଼ି ବାରଣ ଅଛି। ଏବେ ଏଥିରେ ବାଣ ମଧ୍ୟ ସାମିଲ ହୋଇଛି। ଯଦି ଆପଣ ଏହାକୁ ନେଇ ଯାଉଥିବା ବେଳେ ଟ୍ରେନ୍‌ରେ ଧରା ପଡ଼ୁଛନ୍ତି, ତା’ ହେଲେ ଆପଣଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ। ଏ ନେଇ ରେଲେଓ୍ଵ ମନ୍ତ୍ରାଳୟ ଏକ ଟ୍ଵିଟ୍‌ କରି ସୂଚନା ଦେବା ସହିତ ଏକ ପ୍ରତୀକାତ୍ମକ ଲୋଗୋ ବ୍ୟବହାର କରି ଲୋକଙ୍କୁ ସଚେତନ କରିଛି। କହି ରଖୁଛୁ, ରେଲେଓ୍ଵ ଆକ୍ଟ ୧୯୮୯ର ଧାରା ୬୭ ମୁତାବକ, ଟ୍ରେନ୍‌ରେ କୌଣସି ବିପଦପୂର୍ଣ୍ଣ ଏବଂ ଅପ୍ରିୟ ଜିନିଷ ସାଙ୍ଗରେ ଧରି ଯାତ୍ରା କରିବା ମନା।

ଏହି ଜିନିଷଗୁଡ଼ିକ ରେଲେଓ୍ଵ ଆକ୍ଟ ୧୯୮୯ର ଧାରା ୧୬୪ ଏବଂ ଧାରା ୧୬୫ ଅନୁସାରେ ଦଣ୍ଡନୀୟ ଅପରାଧ ହୋଇଥାଏ। ସେପଟେ ଯାତ୍ରୀଙ୍କ ଜିନିଷ ଦେଖିଲେ, ଏହା ସାଧାରଣତଃ ତାଙ୍କର ଏବଂ ବାକି ଯାତ୍ରୀମାନଙ୍କର ସୁରକ୍ଷା ପାଇଁ ଦାୟୀ ହୋଇଥାଏ। ଏମିତିରେ ରେଲେଓ୍ଵ ସ୍ପଷ୍ଟ ମନା କରି ଦେଇଛି କି, ଲୋକେ ଜ୍ୱଳନଶୀଳ ପଦାର୍ଥ ଏବଂ ବାଣ ଆଦି ଧରି ଟ୍ରେନ୍‌ରେ ଯାତ୍ରା ନ କରନ୍ତୁ। ଯାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଯାଇ ରେଲେଓ୍ଵ ଏହା ମଧ୍ୟ କହିଛି କି, ବାଣ ବ୍ୟତୀତ ଗ୍ୟାସ୍‌ ସିଲିଣ୍ଡର, ଏସିଡ୍‌, ପେଟ୍ରୋଲ, କିରୋସିନ, ଶୁଖିଲା ପତ୍ର ବା ଘାସ, ଥର୍ମିକ୍‌ େଓ୍ଵଲଣ୍ଡିଂ, ସିଗାରେଟ୍‌, ଷ୍ଟୋଭ୍‌ ଆଦି ନେଇ ଯାତ୍ରା କରିବା ମଧ୍ୟ କଡ଼ାକଡ଼ି ମନା। ଅର୍ଥାତ୍‌ ଆପଣ ଏ ସବୁ ଜିନିଷକୁ ସାଙ୍ଗରେ ଧରି ଟ୍ରେନ୍‌ରେ ଅନ୍ୟ ଯାତ୍ରୀମାନଙ୍କ ସହିତ ଯାତ୍ରା କରି ପାରିବେ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking