33.1 C
Bhubaneswar
Wednesday, April 24, 2024
Homeଅପରାଧଘରେ ପଶି ନାବାଳିକାଙ୍କ ଉପରେ ଏସିଡ୍ ଆଟାକ

ଘରେ ପଶି ନାବାଳିକାଙ୍କ ଉପରେ ଏସିଡ୍ ଆଟାକ

ନୂଆଦିଲ୍ଲୀ : ଦିନକୁ ଦିନ ବଢି ଚାଲିଛି ଏସିଡ ଆଟାକ । ଅନେକ ସମୟରେ ଆକ୍ରମଣକାରୀମାନେ ଦିନ ଦ୍ୱିପ୍ରହରରେ ରାସ୍ତା ମଝିରେ ଆକ୍ରମଣ କରୁଥିବା ବେଳେ ବର୍ତ୍ତମାନ ଘରେ ପଶି କରୁଛନ୍ତି ଆକ୍ରମଣ । ବିହାରର ମୁଜଫରପୁର ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ୧୭ବର୍ଷିୟ ନାବାଳିକାଙ୍କ ଘରେ ପଶି ଏସିଡରେ ଆକ୍ରମଣ କରିଥିବା ସୂଚନା ମିଳିଛି ।

ଏସିଡ ଆକ୍ରମଣ ଦ୍ୱାରା ନାବାଳିକା ଜଣକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଗୁରତର ଅବସ୍ଥାରେ ନିକଟସ୍ଥ ପାଟନା ଏମ୍ସର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ନାବାଳିକା ଜଣକ ନିଜ ଭଉଣୀ ସହିତ ଛାତ ଉପରେ ଶୋଇଥିବା ବେଳେ ରାତି ୨ଟାରେ ଆକ୍ରମଣକାରୀ ତାଙ୍କ ଉପରକୁ ଏସିଡ୍ ଆକ୍ରମଣ କରିଥିଲା । ଆକ୍ରମଣକାରୀ ଆକ୍ରମଣ ପରେ ଘଟଣାସ୍ଥଳରୁ ଖସି ପଳାଇଥିବା ପୋଲିସ ସୂଚନା ଦେଇଛି ।

ମୁଜାଫରପୁର ଏସଏସପି ଜୟନ୍ତ କାନ୍ତ କହିଛନ୍ତି ଯେ ସିଆରପିସିର ୧୬୪ ଧାରା ଅନୁସାରେ ଖୁବଶୀଘ୍ର ପିଡ଼ିତାଙ୍କର ବୟାନ ରେକର୍ଡ କରାଯିବ । ଏସିଡ କେଉଁଠାରୁ ଆସିଥିଲା ଏବଂ ଏସିଡ ବିକ୍ରେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଜୟନ୍ତ କାନ୍ତ ସୂଚନା ଦେଇଛନ୍ତି । ଏସିଡ ଆକ୍ରମଣରେ କଠୋର ଦଣ୍ଡ ବ୍ୟବସ୍ଥା ରହିଥିଲେ ମଧ୍ୟ ଏହି ଘଟଣା ବନ୍ଦ ହେଉନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking