ଭିନ୍ନ କ୍ଷମ ଙ୍କୁ ଏସିଡ ପକାଇ ହତ୍ୟା ଉଦ୍ୟମ

ଉଦଳା(ସନ୍ତୋଷ ଶତପଥି )  -ଵର୍ଵରତାର ସିମାଡେଇଁ ଅତ୍ୟନ୍ତ ଅମାନଵନୀୟ ଭାଵେ ଜଣେ ଭିନ୍ନ କ୍ଷମ ଙ୍କୁ ଏସିଡ ପକାଇ ଜୀଵନରୁ ମାରିଦେଵା ଘଟଣା ଏଵେ ଏହି ଅଞ୍ଚଳରେ ଚର୍ଚ୍ଚା ର ଵିଷୟ ପାଲଟିଛି |
କପ୍ତିପଦା ଥାନା ଜଡିଦା ଗ୍ରାମ ପଞ୍ଚାୟତ ଜଡିଦା ଗ୍ରାମର ଵାସ କରନ୍ତି ଜୟନ୍ତୀ ପୋଇ ,ଵୟସ୪୫ଵର୍ଷ, ସାଙ୍ଗରେ ତାଙ୍କର୨୪ଵର୍ଷିୟ ଭିନ୍ନକ୍ଷମ ପୁଅ ।ନିଜେ ଜଣେ ଅସହାୟ ହୋଇଥିଵାରୁ ପରଘରେ ଵାସନ ମାଜି ନିଜପରିଵାର ପ୍ରତିପୋଷଣ କରିଥାନ୍ତି। ପୁଅଟିର୩/୪ବର୍ଷ ପୂର୍ବରୁ ହଠାତ ମସ୍ତିଷ୍କ ଵିକୃତି ଘଟିଲା । ହାତରେ ପଇସା ପତ୍ର ନଥିଵାରୁ କୈଣସି ବଡ ଡାକ୍ତର ଙ୍କୁ ଦେଖାଇଵା ସମ୍ଭଵ ନ ଥିଲା ଫଳରେ ଭିନ୍ନକ୍ଷମ ପୁଅଟିକକୁ ସାଙ୍ଗରେ ନିଜ ଭାଗ୍ୟ କୁ ଆଦରି ଜିଵନ ଵିତାଉ ଥିଲେ ଜୟନ୍ତୀ |
 ଭିନ୍ନ କ୍ଷମ ପୁଅ ଶିଵ ପୋଇ ମସ୍ତିଷ୍କ ଵିକୃତ ହେଲେହେଁ କାହାରିଘରକୁଜିବା,ଚୋରିକରିଵା,କାହାରିକୁ ହଇରାଣକରିବା ଗୁଣ ନ ଥିଲା |ମାତ୍ର ନିଜଘରେନଶୋଇ ଏଠିସେଠି ଶୋଇଵା,ପୂର୍ଣ୍ଣମୀ ସଂକ୍ରାନ୍ତି ରେ ପ୍ରଳାପ କରିଵା ଭଳି ଦୁର୍ଗୁଣଥିଲା ସେଦିନ୫ତାରିଖ ଶୁକ୍ରବାର ରାତିରେଘରୁଖାଇପିଇ ଶିଵ ଗାଁ ମଝିରେ ଥିବା ଏକ ହୋସପାଇପ ପୋଲରେ ଶୋଇ ଥିଲା  | ପ୍ରତ୍ୟେକ ଦିନ ସେ ସେଠାରେ ଶୁଏ ।ରାତି ପ୍ରାୟ ଦୁଇ ଟାଵେଳେ ଘରକୁ ଫେରି ମୋଦେହ କଣ ହୋଇଯାଉଛି, ମୁଁ ମରିଜିଵି,ମୋତେଟୋପେ ପାଣିଦେଲୋମା ଵୋଲି ଚିତ୍କାର କରିଥିଲା | ଚିତ୍କାର ଶୁଣି ମା ପୁଅର ସାର୍ଟଖୋଲି ଦେଖନ୍ତି ତ ଦେହର ପ୍ରାୟ ୭୦ପ୍ରତିଶତ ପୋଡ଼ି ଯାଇଥିଲା |
 ଆମ୍ଵୁଲାନସ ଡକାଇ ପ୍ରଥମ କପ୍ତିପଦା ଓ ପରେ ଉଦଳା ନିଆଆଯାଇଥିଲା ମାତ୍ର ଡାକ୍ତର ଜାଣି ପାରି ନ ଥିଵାରୁ ସାମାନ୍ୟ ଚିକିତ୍ସା ପରେ ଘରକୁ ଫେରାଇ ଦେଇଥିଲେ ଗୋଟିଏ ଦିନପରେ ଅଵସ୍ଥା ଗୁରୁତର ହେଵାରୁ ଆଜିପୁଣି ଉଦଳା ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି ।ଏସମ୍ପକରେ ମା ଜୟନ୍ତୀ କପ୍ତିପଦା ଥାନାରେ ଏକଲିଖିତ ଅଭିଯୋଗ କରିଛନ୍ତି । ତାଙ୍କର କୈଣସି ଶତ୍ରୁତା କହାରି ସାଙ୍ଗରେ ନାହିଁ| କିନ୍ତୁ କିଏ କାହିଁକି କେଜାଣି ତାଙ୍କ ଭିନ୍ନ କ୍ଷମ ପୁଆ କୁ ଜିଵନରୁ ମାରିଦେଵାକୁ ଚେଷ୍ଟା କରୁଥିଲା ସେଜାଣି ନଥିଵା କହିଛନ୍ତି, ତେଵେ ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣାପଡିଵ । ଚିକିତ୍ସା କରୁଥିଵା ଡାକ୍ତର କହୁଛନ୍ତି ଦେହ ଉପରେ କୈଣସି କେମିକାଲ ନପଡିଲେ ଏମିତି ପୋଡିଵା ଅସମ୍ଭଵ,ଏହା ଏସିଡ କି ନୁହେଁ ପରୀକ୍ଷା ପରେ ଜଣାପଡିଵ ।