34.1 C
Bhubaneswar
Thursday, April 25, 2024
Homeଅପରାଧସତ କହିଲା ଏସିଡ ମାଡ଼ ଅଭିଯୁକ୍ତ

ସତ କହିଲା ଏସିଡ ମାଡ଼ ଅଭିଯୁକ୍ତ

ରାଉରକେଲା: ପରକୀୟା ପ୍ରୀତି ର ଅନ୍ତ ସବୁବେଳେ ଖରାପ ହୋଇଥାଏ । ରାଉରକେଲା ବନ୍ଧମୁଣ୍ଡା ଥାନା ସେକ୍ଟର-ଇରେ ରହୁଥିବା ନଗେନ୍ଦ୍ର ପାଣ୍ଡେଙ୍କ ସମେତ ତାଙ୍କ ପରିବାରର ୪ ଜଣଙ୍କୁ ଏସିଡ୍ ମାଡ଼ ଘଟଣାର ଅଭିଯୁକ୍ତ ସନ୍ତୋଷ ସୋନିଙ୍କୁ ଆଜି ପୁଲିସ୍ ଗିରଫ କରିବା ପରେ ସେ ସତ କହିଛି । ଏସିଡ୍ ମାଡ଼ର ତଦନ୍ତ କରୁଥିବା ରାଉରକେଲା ଡିଏସ୍ପି ପ୍ରଦ୍ୟୁମ୍ନ କୁମାର ମିଶ୍ର କହିଛନ୍ତି, ଅଭିଯୁକ୍ତ ସନ୍ତୋଷଙ୍କ ପତ୍ନୀଙ୍କ ସହ ନଗେନ୍ଦ୍ରଙ୍କ ଭାଇ ବିଦ୍ୟାକାନ୍ତଙ୍କର ମିଳାମିଶା ଚାଲିଥିଲା। ଏହାକୁ ସନ୍ତୋଷ ବାରମ୍ବାର ବାରଣ କରିବା ସ୍ୱତେ ସେ ନ ମାନିବାରୁ ଏପରି ପଦକ୍ଷେପ ନେଇଥିବା ପୁଲିସ୍ ଆଗରେ ମାନିଛି ଅଭିଯୁକ୍ତ ।ସୂଚନା ଅନୁସାରେ , ଗତକାଲି ସନ୍ଧ୍ୟା ବେଳେ ନଗେନ୍ଦ୍ର ପାଣ୍ଡେ, ତାଙ୍କ ସ୍ତ୍ରୀ, ମାଆ ଓ ଭାଇଙ୍କ ସହ ଘରେ ବସିଥିଲେ। ଏହି ସମୟରେ ପଡୋଶୀ ସନ୍ତୋଷ ହଠାତ ତାଙ୍କ ଘରେ ପଶି ନଗେନ୍ଦ୍ରଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କ ଉପରକୁ ଏସିଡ୍ ମାଡ଼ କରିଥିଲେ।
ଫଳରେ ନଗେନ୍ଦ୍ରଙ୍କ ପରିବାର ଲୋକ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଓଏଐକୁ ସ୍ଥାନାନ୍ତରିତ କରାଯାଇଛି।ଏହି ଘଟଣାର ତଦନ୍ତ କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାନ ପାନପୋଷ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ୟରଭବ ଗ୍ଦବଷବ ଆହତ ସମସ୍ତଙ୍କ ଚିକିତ୍ସା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking