37.2 C
Bhubaneswar
Friday, April 19, 2024
Homeଅପରାଧଯୁବକଙ୍କୁ ଏସିଡ୍ ମାଡ଼ ଘଟଣା : ଆଖି ବୁଜିଲେ ଯୁବକ

ଯୁବକଙ୍କୁ ଏସିଡ୍ ମାଡ଼ ଘଟଣା : ଆଖି ବୁଜିଲେ ଯୁବକ

ନୂଆପଡ଼ା: ପ୍ରେମରେ ପ୍ରତାରଣା କରୁଥିବା ନେଇ ପ୍ରେମିକାଙ୍କ ପ୍ରରୋଚନାରେ ପ୍ରେମିକଙ୍କୁ ଏସିଡ୍ ମାଡ଼ ମାରିଥିବା ଘଟଣାର ଯବନିକା ପଡ଼ିଛି । ନୂଆପଡ଼ା କୋମନା ବ୍ଲକ୍ ଲଖନା ଥାନା ବଙ୍ଗାମୁଣ୍ଡା ଗାଁର ଆଲୋକ ସାହୁ (୨୫) ନାମକ ଯୁବକ ଏସିଡ୍ ମାଡ଼ରେ ମୃତ୍ୟୁସହ ସଂଗ୍ରାମ କରୁଥିବାବେଳେ ଗୁରୁବାର କଟକ ବଡ଼ ମେଡିକାଲରେ ଆଖି ବୁଜିଦେଇଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁଯାୟୀ, ଗତ ନଭେମ୍ବର ୭ତାରିଖରେ ଆଲୋକ ସାହୁଙ୍କୁ ବଙ୍ଗାମୁଣ୍ଡା ଏବଂ ଲଖନା ଗାଁ ମଝିରେ ରାତିରେ ଦୁର୍ବୃତ୍ତମାନେ ଏସିଡ୍ ମାଡ଼ କରିଥିଲେ । ତାଙ୍କର ମୁହଁ, ମୁଣ୍ଡ ଏବଂ ଦେହ ଜଳି ଯାଇଥିଲା । ମୁମୂର୍ଷୁ ଅବସ୍ଥାରେ ପ୍ରଥମେ ନୂଆପଡ଼ା ପରେ ବୁର୍ଲା ଏବଂ ଶେଷରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଦୀର୍ଘଦିନ ଚିକିତ୍ସିତ ହେବା ପରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ସୁଧୁରି ନଥିଲା । ଶେଷରେ ସବୁଦିନ ପାଇଁ ସେ ଆଖି ବୁଜି ଦେଇଛନ୍ତି । ଏହି ମାମଲାରେ ଲଖନା ଥାନା ପୁଲିସ ପ୍ରଥମେ ୩ଜଣ ଅଭିଯୁକ୍ତ ଉତ୍ତମ ଦାସ(୩୫), ଫାରୁଖ ମହମ୍ମଦ (୫୪) ଏବଂ ସେହବାଜ ହୁସେନ (୩୦) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେମାନଙ୍କୁ ଆଜିଯାଏଁ ଜାମିନ ମଞ୍ଜୁର ହୋଇପାରିନାହିଁ । ମୃତକଙ୍କ ବୟାନ ଅନୁଯାୟୀ ପୁଣି ୪ଜଣ ଝିଅଙ୍କୁ ଗିରଫ କରାଯାଇଥିଲା । ମୋଟ୍ ୭ ଜଣ ଅଭିଯୁକ୍ତ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଆଲୋକଙ୍କ ନଭେମ୍ବର ୧୦ ତାରିଖରେ ବିବାହ ଧାର୍ଯ୍ୟ ହୋଇଥିଲା । ୩ ଦିନ ପୂର୍ବରୁ ଏହି କାଣ୍ଡ ହୋଇଥିଲା । ଆଗରୁ ତାଙ୍କର ଲଖନାର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ତାଙ୍କୁ ଛାଡ଼ି ଅନ୍ୟତ୍ର ବିବାହ ଠିକ୍ ହୋଇଥିବାରୁ ଏଭଳି କାଣ୍ଡ ହୋଇଥିବା ଚର୍ଚ୍ଚା ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking