28.1 C
Bhubaneswar
Thursday, March 28, 2024
Homeଅପରାଧମର୍ଣ୍ଣିଂ ୱାକରେ ଯାଉଥିବା ବେଳେ ଏସିଡ ଆକ୍ରମଣ

ମର୍ଣ୍ଣିଂ ୱାକରେ ଯାଉଥିବା ବେଳେ ଏସିଡ ଆକ୍ରମଣ

ମୁମ୍ବାଇ: ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଓ ଶିକ୍ଷକଙ୍କ ଦ୍ୱାରା ଏସିଡ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ନାବାଳିକା। ଏଭଳି ଛାତିଥରା ଘଟଣା ମୁମ୍ବାଇରେ ଦେଖିବାକୁ ମିଳିଛି । ତେବେ ଝିଅ ମାନେ କେଉଁଠି ବି ସୁରକ୍ଷିତ ନୁହନ୍ତି । ଘରେ ନୁହେଁ, ବିଦ୍ୟାଳୟରେ ନୁହେଁ କେଉଁଠି ବି ନୁହେଁ । ଦିନରେ ସୁରକ୍ଷିତ ନୁହେଁ କି ରାତିରେ ନୁହେଁ । ବାପା, ଭାଇଙ୍କ ପାଖେ ବି ଝିଅଟି ସୁରକ୍ଷିତ ନୁହେଁ । କେବେ ଘରେ କେହି ନଥିବାର ସୁଯୋଗ ପାଇ ବାପା ଦୁଷ୍କର୍ମ କରୁଛି ତ କେବେ ଭାଇ, ଦାଦା, ମାମୁଁ । କେବେ ଏକ ତରଫା ପ୍ରେମକୁ ନେଇ ଦୁଷ୍କର୍ମ ପରେ ହତ୍ୟା ହେଉଛି ତ କେବେ ଏସିଡ ମାଡ । କେବେ କେବେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ମଧ୍ୟ ଏସିଡମାଡ କରାଯାଉଛି । ତେବେ ଏଭଳି ଏକ ଘଟଣା ମୁମ୍ବାଇର କଞ୍ଜୁରମାର୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ନାବାଳିକା ଜଣକ ପୂର୍ବରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଭାନ୍ଦୁପଠାରେ ଥିବା ନସମନ ଉର୍ଦ୍ଦୁ ସ୍କୁଲରେ ପାଠ ପଢୁଥିଲେ । ବର୍ତ୍ତମାନ ସେ ମହିମଠାରେ ଏକ ଇନଷ୍ଟିଚ୍ୟୁଟରେ ଇଲେକଟ୍ରୋନିକସ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରୁଛନ୍ତି । ସେ ସ୍କୁଲରେ ପାଠ ପଢୁଥିବା ବେଳେ ସ୍କୁଲ୍ ସହକର୍ମୀ ଓ ଶିକ୍ଷକମାନେ ତାଙ୍କୁ ବିନା କାରଣରେ ମାରଧର କରୁଥିଲେ । ଏପରି ବାରମ୍ବାର ଘଟିବା ପରେ ସେ ତାଙ୍କ ବାପାଙ୍କୁ ଏବିଷୟରେ ଜଣାଇଲେ । ପରେ ତାଙ୍କ ବାପା ସ୍କୁଲ୍ ସହକର୍ମୀ ଓ ଶିକ୍ଷକଙ୍କ ନାମରେ ପୁଲିସରେ ଅଭିଯୋଗ ଆଣିଥିଲେ। ତେବେ ଏହାକୁ କେନ୍ଦ୍ରକରି ପୂର୍ବତନ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ ଅନ୍ୟ ସହକର୍ମୀ ମିଶି ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି ।
ରବିବାର ଦିନ ନାବାଳିକା ଜଣକ ସକାଳ ସମୟରେ ବାଜି ପ୍ରଭୁ ପଡ଼ିଆକୁ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ସେଠାରେ ତାଙ୍କର ପୂର୍ବତନ ଅଧ୍ୟକ୍ଷ, ଶିକ୍ଷକ ଓ ସ୍କୁଲ୍ ସହକର୍ମୀ ପୂର୍ବରୁ ଉପସ୍ଥିତ ଥିଲେ । ସେମାନେ ସମେସ୍ତ ମିଶି ପୀଡ଼ିତାଙ୍କ ବାଟ ଓଗାଳିବା ସହ ତାଙ୍କ ହାତଗୋଡ଼କୁ ଧରି ଜୋର ଜବରଦସ୍ତ ତାଙ୍କ ଉପରେ ଏସିଡ ପକାଇ ଦେଇଥିବା ଜଣାପଡିଛି । ଏନେଇ ନାବାଳିକାଙ୍କ ପରିବାରକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ । ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ମେଡିକାଲ ନେଇଯାଇଥିଲେ । ମେଡିକାଲରୁ ଆସିବା ପରେ ପୋଲିସ ଆଗରେ ନାବାଳିକା ଜଣକ ସବୁ ବଖାଣି ଥିଲେ । ପରେ ପୋଲିସ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking